IMG 20261107 WA0235

ରାଜ୍ୟସ୍ତରୀୟ ଆଞ୍ଚଳିକ ସାଂସ୍କୃତିକ ମହୋତ୍ସବରେ ପାୱାରଗ୍ରୀଡ଼, ବାରିପଦା ଉପକେନ୍ଦ୍ରର ନୃତ୍ୟ ନାଟକ “ସମ୍ମାନର ଡୋରି” ମଞ୍ଚସ୍ଥ 

ରାଜ୍ୟ
ବାରିପଦା : ଓଡିଶା ପାୱାରଗ୍ରୀଡ଼, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆଞ୍ଚଳିକ ସାଂସ୍କୃତିକ ମହୋତ୍ସବ – ୨୦୨୬ ରେଲୱେ ଭବନରେ ଅନୁଷ୍ଠିତ ହୋଇଯାଇଛି I ଏହି ମହୋତ୍ସବରେ ରାଜ୍ୟର ୧୦ଟି ପାୱାରଗ୍ରୀଡ଼ ଉପକେନ୍ଦ୍ର ଅଂଶଗ୍ରହଣ କରି ଆଞ୍ଚଳିକ ବିଷୟବସ୍ତୁ ଉପରେ କ୍ଷୁଦ୍ର ନୃତ୍ୟ ନାଟକ ପରିବେଷଣ କରିଥିଲେ I ଏହି ଅବସରରେ କୁଚେଇ ସ୍ଥିତ ପାୱାରଗ୍ରୀଡ଼, ବାରିପଦା ଉପକେନ୍ଦ୍ର ପ୍ରଯୋଜିତ ନାଟକ “ସମ୍ମାନର ଡୋରି” ପରିବେଷିତ ହୋଇଥିଲା I
ଇ. ସରୋଜ କୁମାର ଲାକ୍ରାଙ୍କ ରଚିତ ଓ ତ୍ରିଲୋଚନ ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ସରୋଜ କୁମାର ଲାକ୍ରା, ଡଲି ପ୍ରିୟା ଲାକ୍ରା, ବୈଷ୍ଣବୀ ଲାକ୍ରା, ବୈଷ୍ଣବ ଲାକ୍ରା, ରତିକାନ୍ତ ପ୍ରଧାନ, ରଞ୍ଜିତା ବେହେରା, ଦେବାଶିଷ ମହାନ୍ତ, ନିବେଦିତା ମହାନ୍ତ, ଦେବସ୍ମିତା ମହାନ୍ତ, ପ୍ରଦୀପ କୁମାର ସ୍ୱାଇଁ, ଜୟଶ୍ରୀ ରାଉତ, ସ୍ମୃତି ରଞ୍ଜନ ବେହେରା, କିସୁନ ଚରଣ ମାଝୀ, କମଳା ମୁର୍ମୁ, ଗୌତମ କୁଇଲା, ଶଙ୍ଖାଇ ସୋରେନ ଓ ସରସ୍ବତୀ ସୋରେନ ଅଭିନୟ କରିଥିବା ବେଳେ ରୁପମ ରାମ ସଂଗୀତ ଓ ନୃତ୍ୟ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ I ୧୯୭୫ ମସିହା ଠାରୁ ବାରିପଦା ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ନାରୀ ସଶକ୍ତିକରଣ ଓ ନାରୀକୁ ସମ୍ମାନ ଉପରେ ଆଧାରିତ ବିଷୟବସ୍ତୁ ନେଇ ପରିବେଷିତ ନାଟକରେ ଅଭିନେତାମାନଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଦେଇଥିଲା I