ବାରିପଦା: ସ୍ଥାନୀୟ ରୋଟାରୀ କ୍ଲବ୍ ଠାରେ କ୍ଲବର ସାପ୍ତାହିକ ବୈଠକରେ କ୍ଲବ୍ ସମ୍ପାଦକ ସନ୍ଦୀପ କୁମାର ଚାନ୍ଦଙ୍କ ଙ ଅଧ୍ୟକ୍ଷତାରେ ରୋଟାରୀ ୨୦୨୫-୨୬ ବର୍ଷରେ ସମ୍ପାଦିତ ହୋଇଥିବା ବାର୍ଷିକ ପ୍ରକଳ୍ପ ଗୁଡିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରୋଟାରୀ ଆନ୍ତର୍ଜାତିକ ଜିଲ୍ଲାସ୍ତରୀୟ ପୁରସ୍କାର ବିତରଣ ଉତ୍ସବ “ମାନ୍ୟତା”ରେ ବାରିପଦା ରୋଟାରି କ୍ଲବ୍ ବିଗତ ବର୍ଷ ୨୦୨୫-୨୬ ବର୍ଷର ରୋଟାରୀ ଆନ୍ତର୍ଜାତିକ ସେବାର ପଞ୍ଚ ସେବା ନିୟାମକ ଏବଂ ‘ସେଭେନ୍ ଫୋକସ ଏରିଆଜ’ (ସପ୍ତ କେନ୍ଦ୍ରିକ ଗୁରୁତ୍ଵ ) ଅନୁଯାୟୀ ପ୍ରଦତ୍ତ ପ୍ରକଳ୍ପ ଗୁଡିକ ରୋଟାରୀ ନିୟାମକ ଅନୁଯାୟୀ ଯଥାରୀତି ସମ୍ପନ୍ନ କରି ଆନ୍ତର୍ଜାତିକ ଜିଲ୍ଲାରେ ପ୍ରଶଂସାର ଅଧିକାରୀ ହେବା ସହ ରୋଟାରୀ ଆନ୍ତର୍ଜାତିକ ଜିଲ୍ଲାର ‘ପ୍ଲାଟିନମ୍ କ୍ଲବ୍’ ଉପାଧି ହାସଲ କରିଥିବା ପ୍ରସଙ୍ଗ ସମ୍ପର୍କରେ ସମୀକ୍ଷା ହୋଇଥିଲା ।
ଏ ଅବସରରେ ଆନ୍ତର୍ଜାତିକ ଜିଲ୍ଲାର ୨୫-୨୬ ବର୍ଷରେ କୃତି ହାସଲ କରିଥିବା ଓ ସମ୍ମାନିତ ହୋଇଥିବା ସଦସ୍ୟସଦସ୍ୟାଙ୍କୁ ବର୍ତ୍ତମାନର କ୍ଲବ୍ ସଭାପତି ଓ ସମ୍ପାଦକଙ୍କ ଙ୍କ ସମେତ କାର୍ଯ୍ୟକାରୀ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା ଅଭିନନ୍ଦନ ଜଣାଇବା ସହ କ୍ଲବର ସେବା ପ୍ରକଳ୍ପ ଗୁଡିକର ଉତ୍କୃଷ୍ଟତା ଦିଗରେ ଏମାନଙ୍କ ପ୍ରୟାସକୁ
ଭୂୟସୀ ପ୍ରଶଂସା କରିଥିଲେ। ଆନ୍ତର୍ଜାତିକ ଜିଲ୍ଲାରେ ପୁରସ୍କୃତ ହୋଇଥିବା ସଦସ୍ୟ ସଦସ୍ୟା ମାନେ ହେଲେ, ପ୍ଲାଟିନମ୍ ସଭାପତି :ରୋଟରିଆନ ଭବାନି ଶଙ୍କର ସାହୁ, ଗୋଲ୍ଡ ସମ୍ପାଦକ: ରୋତରିଆନ ତିମିର କୁମାର ଘୋଷ, ସିଲ୍ଭର ଏ. ଜି :ରୋଟାରିଆନ ଜ୍ୟୋତିରଞ୍ଜନ ସାହୁ, ଜୋନାଲ ଚେୟାର: ରୋଟାରିଆନ ରାକେଶ ସିଂ, ଡି.ଜି ଆପ୍ରିସିଏସନ୍ ବ୍ୟକ୍ତିତ୍ୱ : ରୋଟାରିଆନ ମୋହନ ବର୍ଣ୍ଣୱାଲ ଓ ପରିବେଶ ସନ୍ତୁଳନ ହେତୁ କ୍ଲବର ଵୃକ୍ଷ ରୋପଣ ପ୍ରକଳ୍ପକୁ ‘ମେଗା ପ୍ଲାଣ୍ଟେସନ ପ୍ରୋଜେକ୍ଟ’ ଭାବରେ “ମାନ୍ୟତା ସ୍ମାରକ” ପ୍ରଦାନ କରାଯାଇଥିଲା। ଏଥିପାଇଁ ସମୀକ୍ଷା ବୈଠକ ରେ ୨୦୨୫-୨୬ ବର୍ଷର ୩୨୬୨ ଜିଲ୍ଲା ପ୍ରାକ୍ତନ ଗଭର୍ଣ୍ଣର ରୋଟାରିଆନ ମନୋଜ କୁମାର ତ୍ରିପାଠୀ ଙ୍କୁ କ୍ଲବ୍ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଶେଷରେ ବୈଠକର ସମ୍ପ୍ରତି ପରଲୋକ ଗମନ କରିଥିବା ଭୁବନେଶ୍ୱର ଏମ୍ସର ବହୁ ପ୍ରତିଷ୍ଠିତ ଅସ୍ଥିଶଲ୍ୟ ଚିକିତ୍ସକ ତଥା ଚିକିତ୍ସା କ୍ଷେତ୍ରରେ ଓଡ଼ିଶାର ପ୍ରକ୍ଷାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ରୋଟାରିଆନ ଡାକ୍ତର ଅଶୋକ ମହାପାତ୍ରଙ୍କ ମହାନ୍ ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର ଦୁଇ ମିନିଟ ନୀରବ ପ୍ରାର୍ଥନାପୂର୍ବକ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ବୈଠକ ସମାପନ ହୋଇଥିଲା।
