5f85c746 f69e 40ea aab7 997588b665b8

ଦୁର୍ଯ୍ୟୋଧନ ସାହୁଙ୍କ ବିୟୋଗରେ ତାରା – ଗୋପୀନାଥ ପାଠାଗାର ପକ୍ଷରୁ ଶୋକସଭା  

ରାଜ୍ୟ
ସାଲେପୁର, ୦୨/୧୧ – ତାରା ଗୋପୀନାଥ ପାଠାଗାରର ବରିଷ୍ଠ ସଦସ୍ୟ ଦୁର୍ଯ୍ୟୋଧନ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପିକୋଳ ସ୍ଥିତ ଜଗନ୍ନାଥ ଗୋପୀନାଥ କମ୍ୟୁନିଟ୍ ହଲରେ ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାରା- ଗୋପୀନାଥ ପାଠାଗାରର ସମସ୍ତ ସଦସ୍ୟ ଏବଂ କାର୍ଯ୍ୟ ନିର୍ବାହୀ ତଥା ଶୁଭେଚ୍ଛୁ ସମସ୍ତେ ଯୋଗଦେଇ ସ୍ୱର୍ଗତ ସାହୁଙ୍କର ପଂଚସଖା ସାହିତ୍ୟର ଅନ୍ୟତମ ସଦସ୍ୟ ଅଚ୍ୟୁତାନନ୍ଦ ସାହିତ୍ୟର ଜଣେ କୃତି ପାଠକଙ୍କ ଜୀବନାଦର୍ଶୀର ସ୍ମୃତି ଚାରଣ କରିଥିଲେ ଏବଂ ଜୀବନଯାତ୍ରାରେ ଜଣେ କୃଷି ଶ୍ରମିକରୁ – ଅଗ୍ରଣୀ କୃଷକ ହେବାରେ ସଫଳ ଯାତ୍ରାକୁ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ପ୍ରକାଶ ଥାଉକି ଗତମାସ ୩୦ ତାରିଖ ସନ୍ଧ୍ୟାରେ ଏକ ବସ୍ ଦୁର୍ଘଟଣାରେ ଆକସ୍ମିକ ଭାବେ ଘଟଣା ସ୍ଥଳରେ ସ୍ୱର୍ଗତ ସାହୁଙ୍କ ମୃତ୍ୟୁ ପରେ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ ସମୟରେ ତାଙ୍କ ସୁପୁତ୍ର ଶ୍ରୀ ହୃଷିକେଶ ସାହୁଙ୍କ ସହମତିରେ ତାଙ୍କର ଦୁଇଟି ଚକ୍ଷୁ ଏଲ.ଭି.ପ୍ରସାଦ ଚକ୍ଷୁବ୍ୟାଙ୍କକୁ ପ୍ରଦାନ କରାଯାଇଥିଲା । ଉକ୍ତ ମହତଦାନ ପାଇଁ ଶୋକସଭାରେ ନୀରବ ପ୍ରାର୍ଥନା ପରେ ଏହାକୁ ଉପସ୍ଥିତ ସଦସ୍ୟମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।
8b93c913 4643 4fc2 9383 bf9f4cbad1dd
ସଭାରେ ଅନ୍ୟତମ ଅତିଥି ଶ୍ରୀ ଜ୍ୟୋତି ରଞ୍ଜନ ଶତପଥୀ, ସି.ଆଇ. ରାମକୃଷ୍ଣ ପୁର, ଶ୍ରୀ ବିଶ୍ୱନାଥ ସାହୁ, କୃଷକ ମିତ୍ର, ସ୍ୱର୍ଗତ ସାହୁଙ୍କ ଜୀବନାଦର୍ଶକୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ପାଠାଗାର ସଦସ୍ୟମାନଙ୍କ ମଧ୍ୟରୁ ସୁଶ୍ରୀ ମେଘନା ବେହେରା, ସ୍ୱାଗତିକା ପାତ୍ର ସଡ଼କ ଦୁର୍ଘଟଣା ବାବଦରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ କିଛି ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁଜିତ କୁମାର ନାୟକ, ନିରଞ୍ଜନ ସାହୁ, ତପସ୍ୱନୀ ବେହେରା, ଆଲିନା ସାହୁ, ଜ୍ୟୋସ୍ନାôମୟୀ ଜେନା, ଗାୟତ୍ରୀ କାଣ୍ଡି, ଶୁଭସ୍ମିତା ରାଉତ, ତୃପ୍ତିପ୍ରିୟା ମଲ୍ଲିକ, ରୀନା ବେହେରା, ତ୍ରିସ୍ନା ତୁନୁଶ୍ରୀ ସାହୁ ଓ ତାରିଣୀ ପ୍ରସାଦ ମହାନ୍ତି ସମତେ ବହୁ ପାଠାଗାର ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଅନନ୍ତ ଚରଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ପାଠାଗାରର ପୂର୍ବ ନିର୍ଦ୍ଧାରିତ କଂପ୍ୟୁଟର କୁଇଜ୍ କାର୍ଯ୍ୟକ୍ରମରେ ସୁଶ୍ରୀ ଜ୍ୟୋତ୍ସ୍ନାମୟୀ ଜେନା ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏବଂ ପୂର୍ବ କୁଇଜ୍ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ସ୍ୱାଗତିକା ପାତ୍ରଙ୍କୁ ପ୍ରମାଣପତ୍ର ସହିତ ଏକ ଉପଢୌକନ  ଅତିଥି ଜ୍ୟୋତିରଞ୍ଜନ ଶତପଥୀ (ସି.ଆର.ସି) ଏହା ସୁଶ୍ରୀ ପାତ୍ରଙ୍କୁ ପ୍ରଦାନ କରଯାଇ ଉତ୍ସାହିତ କରାଯାଇଥିଲା ।
4aaed296 56a8 4daf a60f 6b0e1a70f8bd
ସର୍ବଶେଷରେ ସଦସ୍ୟମାନଙ୍କ ଦ୍ୱାରା ଆଗତପ୍ରସ୍ତାବ  “ସଡ଼କ ସୁରକ୍ଷା ସପ୍ତାହ’ ପାଳନ ଅବସରରେ ଅନୁଷ୍ଠାନ ତରଫରୁ ଏବାବଦରେ ଏକ ର‌୍ୟାଲି ହେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏବଂ ଶୋକସଭାର ଗୃହୀତ ବାର୍ତ୍ତା ଦିବଂଗତ ସାହୁଙ୍କ ସୁପୁତ୍ର ପୁରୀଜିଲ୍ଲା ଅତିରକ୍ତ ନ୍ୟାୟାଧୀଶ ଶ୍ରୀ ହୃଷିକେଶ ସାହୁଙ୍କୁ ଅବଗତ କରାଯାଇଥିଲା ।