ବାରିପଦା: ବାରିପଦା ଭଞ୍ଜପୁର ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା l ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଆଜି ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଞ୍ଜପୁର ଥାନା ପୋଲିସ ବାରିପଦା ସହାର ନିକଟସ୍ଥ ସୁବନ୍ନରେଖା ଜେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା କୁ ସିଲ କରିବା ସହିତ ସଂଲଗ୍ନ ସମସ୍ତ ରାସ୍ତାକୁ ମଧ୍ଯ ସିଲ କରି ଉକ୍ତ ରାସ୍ତାରେ ଯାଉଥିବା ସମସ୍ତ ଚାରି ଚକିଆ ଯାନ କୁ ଯାଞ୍ଚ କରୁଥିବା ସମୟରେ କେନାଲ ରାସ୍ତାରେ ଏକ ପଶ୍ଚିମବଙ୍ଗ ରାଜ୍ୟ ନମ୍ବର ଥିବା କାର କୁ ଅଟକାଇ ଯାଞ୍ଚ କରିବା ସମୟରେ କାର ଭିତରୁ ବିପୁଳ ପରିମାଣରେ ଗଞ୍ଜେଇ ସମେତ ଲକ୍ଷାଧିକ ଟଙ୍କା କାର ଭିତରୁ ମିଳିଥିଲା l
ସଙ୍ଗେ ସଙ୍ଗେ କାର ସମେତ ଗାଡିରେ ଥିବା ତିନି ଜଣଙ୍କୁ ଭଞ୍ଜପୁର ଥାନାକୁ ପୋଲିସ ଆଣି ଗାଡି ଭିତରେ ଥିବା ଗଞ୍ଜେଇ ସମେତ ଟଙ୍କା କୁ ଜବତ କରିବା ସହିତ ତିନି ଜଣଙ୍କୁ ଥାନାରେ ଅଟକ ରଖଯାଇଅଛି l ପାଖା ପାଖି ଏକ କ୍ୟୁଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଥିବାର ଜଣାପଡିଅଛି l ଏତେ ପରିମାଣରେ ଗଞ୍ଜେଇ କେଉଁଠୁ ଆସିଲା ଏବଂ କେଉଁଠାକୁ ଯାଉଥିଲା ଏ ଦିଗରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଅଛି l
