Car collided with battery auto at udala 8 injured

କାର ଧକ୍କାରେ ଦୁଇ ଅଟୋ ଚୁରମାର, ଆଠ ଜଣ ଗୁରୁତର

ରାଜ୍ୟ

ବାରିପଦା : ଆଜି ଅପରାହ୍ନରେ ବାରିପଦା ରୁ ଉଦଳା ଯାଇଥିବା ରାଜ୍ୟ ରାଜପଥ ର ବିସିପୁର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଅଛି | ବାରିପଦାରେ ଆଜି ଅନୁଷ୍ଠିତ ହୋଇଥିବା ବିଜେପି ର ଏକ ଦଳୀୟ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ଫେରୁଥିବା  ଜଣେ ବିଜେପି ନେତା ଙ୍କ କାର ଧକ୍କା ରେ ଦୁଇ ଗୋଟି ବ୍ୟାଟେରୀ ଚଳିତ ଅଟୋ ଭାଙ୍ଗି ଚୁରମାର ହୋଇଯାଇଛି l

ଦୁର୍ଘଟଣା ରେ ଅଟୋ ରେ ଥିବା ପାଞ୍ଚ ଜଣ ମହିଳା ଙ୍କ ସମେତ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି l ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଆହତ ସମସ୍ତଙ୍କୁ ଉଦଳା ମେଡ଼ିକାଲ ରେ ଭର୍ତ୍ତି କରାଯାଇଅଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଗୁଡିକୁ ଜବତ କରିବା ସହିତ ତଦନ୍ତ ଜାରିରଖିଅଛି l