Banglore incident 750x430

ସୁଇମିଂ ପୁଲ୍ ରେ ବିଦ୍ୟୁତ୍ ଆଘାତରେ ୨ ବିଦେଶୀ ମୃତ

ଦେଶ - ବିଦେଶ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । କନରାଡ ହୋଟେଲର ସୁଇମିଂ ପୁଲରେ ବିଦ୍ୟୁତ୍ ଆଘାତରେ ୨ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜଣେ ଜର୍ମାନୀର ହୋଇଥିଲାବେଳେ ଅନ୍ୟ ଜଣେ ସ୍ଲୋଭାକିଆର ବୋଲି ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ସମୟରେ, ଜଣେ ଆମେରିକୀୟ ନାଗରିକ ମାଥ୍ୟୁ ଡିସାଣ୍ଟିସ୍ ଏବଂ ଜଣେ ଭାରତୀୟ ପୁଲ୍ ପରିଚାରିକା ରାହୁଲ ତିୱାରୀ ଆହତ ହୋଇଥିଲେ । ଉଭୟ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ଘଟଣାଟି ଶୁକ୍ରବାର ସନ୍ଧ୍ୟାରେ ହାଲାସୁରୁର କନରାଡ ହୋଟେଲର ସୁଇମିଂ ପୁଲରେ ଘଟିଛି । ମୃତ୍ୟୁର କାରଣ ବିଦ୍ୟୁତ୍ ଆଘାତ ବୋଲି ସନ୍ଦେହ କରାଯାଉଛି ।

ହୋଟେଲର ତୃତୀୟ ମହଲାରେ ଥିବା ସୁଇମିଂ ପୁଲରେ ଏହି ଘଟଣା ଘଟିଛି । ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁଇ ଜଣ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ । ଆହତ ଉଭୟଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନେ ଚିକିତ୍ସାଧିନ ରହିଛନ୍ତି ଏବଂ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ଦୁଇ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।