Rashtrapati bhavan

ରାଷ୍ଟ୍ରପତି ଭବନ ନର୍ଥ ବ୍ଲକରେ ଅଗ୍ନିକାଣ୍ଡ

ଦେଶ - ବିଦେଶ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ନିକଟ ନର୍ଥ ବ୍ଲକରେ ନିଆଁ ଲାଗିଥିବା ସୂଚନା ମିଳିଛି । କୋଠାରୁ କଳା ଧୂଆଁ ଉଠୁଥିବା ଖବର ମିଳିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, କୋଠାର ଛାତ ଉପରେ ୱେଲ୍ଡିଂ କାମ ଚାଲିଥିବା ସମୟରେ ସ୍ପାର୍କ ସୃଷ୍ଟି ହୋଇ ଧୂଆଁ ବାହାରିଥିଲା । ଘଟଣା ପରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି ।

ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ନର୍ଥ ବ୍ଲକର ଉପର ଭାଗରୁ ଧୂଆଁ ଦେଖାଯାଉଥିବା ସୂଚନା ମିଳିଥିଲା । ନର୍ଥ ବ୍ଲକରେ ଧୂଆଁ ବାହାରୁଥିବା ସୂଚନା ପାଇବା ପରେ ଦିଲ୍ଲୀ ଫାୟାର ସର୍ଭିସେସ୍ ପକ୍ଷରୁ ୬ଟି ଦମକଳ ଗାଡ଼ି ପଠାଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଯାଞ୍ଚ କରିଥିଲେ । ଛାତ ଉପରେ ନିର୍ମାଣ କାମ ଚାଲିଥିବା ବେଳେ ୱେଲ୍ଡିଂ ସମୟରେ ସ୍ପାର୍କ ଯୋଗୁଁ ଧୂଆଁ ସୃଷ୍ଟି ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।

ଏହି ଘଟଣା ସମ୍ପର୍କରେ ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଫଟୋ ସେୟାର କରିଥିଲେ । ସଂସଦକୁ ଯିବା ସମୟରେ ନର୍ଥ ବ୍ଲକ୍ର ପଛପଟୁ ଘନ ଧୂଆଁ ଉଠୁଥିବା ଦେଖିବାକୁ ପାଇଥିଲେ ।