IMG 20261010 WA0269

ଜିଲ୍ଲାସ୍ତରୀୟ ବିଜ୍ଞାନ ଡ୍ରାମା 2026 ଅନୁଷ୍ଠିତ 

ରାଜ୍ୟ
ବାରିପଦା:  ବାରିପଦା ସ୍ଥିତ ଲେଡି ହାମିଲଟନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ  ଜିଲ୍ଳାସ୍ତରୀୟ  ବିଜ୍ଞାନ ଡ୍ରାମା  ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ  ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଳା ବିଜ୍ଞାନ ପରିଦର୍ଶକ ଶ୍ରୀ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମ କୁ ନିରୀକ୍ଷଣ କରିଥିଲେ  l ଉକ୍ତ ଆଲୋଚନା ଚକ୍ର ରେ ଜିଲ୍ଳାର ଆଠ ଗୋଟି ସ୍କୁଲର   ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଶ୍ରେଷ୍ଠ ପ୍ରତିଯୋଗୀ ଚୟନ ନିମନ୍ତେ ବିଚାରକ ଭାବେ ଜ୍ଞାନ ରଞ୍ଜନ ପଣ୍ଡା, ମନୋଜ ଦଲବେହେରା , ଅନଦା ଶଙ୍କର ଦାସ ପ୍ରମୁଖ ଯୋଗ ଦେଇଥିଲେ l
ପ୍ରତିଯୋଗୀ ମାନଙ୍କ  ମଧ୍ୟରୁ  ପି ଏମ ଶ୍ରୀ   ଏମ କେ ସି ସରକାରୀ ଉଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l    ରଘୁନାଥ ହାଇସ୍କୁଲ, ରାଇକମା ଦ୍ୱିତୀୟ ସ୍ଥାନ ଏବଂ ଲେଡୀ ହାମିଲଟନ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଆଗାମୀ ସେପ୍ଟେମ୍ବର 11 ତାରିଖରେ ବାରିପଦା ରେ ହେବାକୁ ଥିବା ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ରେ ପି ଏମ ଶ୍ରୀ   ଏମ କେ ସି ସରକାରୀ ଉଚ ବିଦ୍ୟାଳୟ   ଅଂଶଗ୍ରହଣ ଗ୍ରହଣ କରିବେ l ଉକ୍ତ କାର୍ଯ୍ୟକ୍ରମ  ପରିଚାଳନା ରେ ଶିକ୍ଷକ ମନୋଜ ପାତ୍ର, ଭୀଷ୍ମଦେବ ମହାନ୍ତ,ଅଜିତ ମହାନ୍ତି, ମନୋଜ ପରିଡା, ବସନ୍ତ ଦତ୍ତ, ଅତସୀ କୁଣ୍ଡୁ ପ୍ରମୁଖ ସହଯୋଗ କରି ଥିଲେ l ପରିଶେଷରେ ଶିକ୍ଷକ ଶ୍ରୀ ନୟନ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ l