IMG 20261009 WA0276

ସଦ୍‌ଭାବନା ସମିତି ପକ୍ଷରୁ ଦରିଦ୍ରର ବନ୍ଧୁ ଗୋପବନ୍ଧୁ ଜୟନ୍ତୀ

ରାଜ୍ୟ
ବାରିପଦା: ଇତିହାସ କେବେ କେବେ ଏମିତି କିଛି ମଣିଷଙ୍କୁ ଜନ୍ମ ଦିଏ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ପରହିତ ଲାଗି ଘରର ପଡ଼ିଲେ ବି ସହି କଥାରେ ନୁହେଁ କାମରେ କରି ଦେଖାଇଥାନ୍ତି। ସେମାନେ ସମାଜ ସେବା ଏକ ଏମିତି ଶବ୍ଦ ଯାହାକୁ ପଢ଼ିବାକୁ ଲାଗେ ଏକ ସେକେଣ୍ଡ, ଭାବିବାକୁ ହୁଏ ଏକ ମିନିଟ୍, କିନ୍ତୁ ବୁଝି କାମରେ ଲଗାଇଲେ ସେମାନଙ୍କ ଜୀବନ ତମାମ ଅଖିଆ ଅପିଆ ପରହିତରେ କଟିଯାଏ। ସେମାନଙ୍କ ଉଦ୍ଦେଶ୍ୟରେ ସେବକ ଶୋଷକ ନହେଉ ସ୍ମରଣ କରାଇଦେଇ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ସଦ୍‌ଭାବନା ସମିତି ଆନୁକୂଲ୍ୟରେ ୧୪୯ତମ ଗୋପବନ୍ଧୁ ଜୟନ୍ତୀ ସମାରୋହ ସମିତିର କୋଷାଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।
ଉଦ୍‌ଘାଟକ ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସେମାନେ ହିଁ ପୂଜାର୍ହ ଯେଉଁମାନଙ୍କ କର୍ମ ଉପହାସିତ ନୁହେଁ କହିଥିଲେ। ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ‘ସମାଜ ସେବା ଏକ ନିଶା ବେବସା ନୁହେଁ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଅତିରିକ୍ତ ଉପଜିଲ୍ଲାପାଳ ରାଖାଲ ଚନ୍ଦ୍ର ପରିଡ଼ା, ‘ଦୁଃଖୀର ଦୁଃଖରେ ଯାହାଙ୍କର କଲମ କାନ୍ଦୁଥିଲା ସେ ଦରିଦ୍ରର ବନ୍ଧୁ ଗୋପବନ୍ଧୁ’ ବକ୍ତବ୍ୟ ରଖିଥିଲେ।  ସମ୍ମାନୀତ ବକ୍ତା ଭାବେ ବର୍ଷିୟାନ୍ ସାମ୍ବାଦିକ ଡ ବିଜୟ କୁମାର ଅଗରୱାଲା ପ୍ରମୁଖ ଗୋପବନ୍ଧୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ସମିତିର ପ୍ରତିଷ୍ଠାତା ମାନବ ଧର୍ମର ମାନ୍ତ୍ରିକ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ‘ସମାଜର ସବାତଳ ମଣିଷ ଉପରକୁ ଉଠିଲେ ଯାଇ ଆଜି ଠାରୁ ଆସନ୍ତାକାଲି ଆହୁରି ଭଲ ହେବ ନଚେତ୍ ମସ୍ତବଡ଼ ଭୁଲ୍ ହେବ’ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ସମିତି ତରଫରୁ ସମାଜସେବୀ ରାମଚନ୍ଦ୍ର ଶାକୁନିଆଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଗୋପବନ୍ଧୁଭବନର ପୁନରୁଦ୍ଧାର ପାଇଁ ସମିତି ପକ୍ଷରୁ ଆଗତ ପ୍ରସ୍ତାବକୁ ନଗରପାଳ ପୂରଣ ନେଇ ସମ୍ମତି ଜଣାଇବା ସହିତ ଏକ ଡିପିଆର ପ୍ରସ୍ତୁତ ପାଇଁ କହିଥିଲେ ।  ସଦସ୍ୟ ମନୋଜ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।