IMG 20261009 WA0271

ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି

ରାଜ୍ୟ
  • ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍‌ରେ ବିଏଲଓମାନେ ନାମ ପଞ୍ଜୀକରଣ କାର୍ଯ୍ୟରେ ନିୟୋଜିତ
ବାରିପଦା: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରଙ୍କ ନାମ ସାମିଲ ପାଇଁ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନର ଆଜି ତୃତୀୟ ଦିନ । ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ନାମ ପଞ୍ଜୀକରଣ ଓ ଆବେଦନ ଦାଖଲ ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି ।
ଅକ୍ଟୋବର ୭, ୮ ଓ ୯ ତାରିଖରେ ଚାଲିଥିବା ଏହି ଅଭିଯାନରେ ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ ଏବଂ ଏସଆଇଆର-୨୦୨୬ ସମୟରେ ଚୂଡ଼ାନ୍ତ ଭୋଟର ତାଲିକାରେ ନାମ ସାମିଲ ହୋଇପାରିନଥିବା ଯୋଗ୍ୟ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ସାମିଲ ପାଇଁ ଆବେଦନ କରିଛନ୍ତି । ଫର୍ମ-୬ ସହ ଅଲଗା ଘୋଷଣାପତ୍ର ଦାଖଲ କରିବା ଆଉ ଆବଶ୍ୟକ ହେଉନାହିଁ । ତେଣୁ ନାମ ପଞ୍ଜିକରଣ ବର୍ତ୍ତମାନ ଆହୁରି ସହଜ ଓ ଶୀଘ୍ର ହୋଇପାରୁଛି ।
ବିଭିନ୍ନ ବୁଥ୍‌ରେ ନିୟୋଜିତ ବିଏଲଓମାନେ ଯୋଗ୍ୟ ଭୋଟର ଓ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ସମ୍ପର୍କିତ କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି । ଆବେଦନ ଦାଖଲ ଓ ନାମ ସାମିଲ ସମ୍ପର୍କରେ ସେମାନେ ଆବଶ୍ୟକ ସୂଚନା ଓ ସହଯୋଗ ପ୍ରଦାନ କରି ନାମ ପଞ୍ଜିକରଣ କରିଛନ୍ତି । ଏସଆଇଆର ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା ଆଧାରରେ ଆବଶ୍ୟକ ଯାଞ୍ଚ ଏବଂ ଦାବି-ଆପତ୍ତି ଦାଖଲ ପାଇଁ ମଧ୍ୟ ସୁଯୋଗ ରହିଛି । ଯୋଗ୍ୟ ବ୍ୟକ୍ତିମାନେ ନିଜ ଅଞ୍ଚଳର ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ସହ ଯୋଗାଯୋଗ କରି ଫର୍ମ-୬ ମାଧ୍ୟମରେ ନିଜର ନାମ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଉତ୍ସହର ସହ ଅଂଶଗ୍ରହଣ କରିଛନ୍ତି ।