20261008

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦ ଆହ୍ବାନ ମୟୂରଭଞ୍ଜ ଜିଲ୍ଲାରେ ସଫଳ 

ରାଜ୍ୟ
ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ୍,୨୦୨୬କୁ ରଦ୍ଦ, ଅଗଣତାନ୍ତ୍ରିକ ଓ ଏକଛତ୍ରବାଦୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ ସହିତ ତାଙ୍କ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗର ସ୍ବତନ୍ତ୍ର ତଦନ୍ତ ନିର୍ଦ୍ଦେଶ, ରାଜ୍ୟର ଅବନତିଶୀଳ ଶିକ୍ଷା ବ୍ୟବସ୍ଥା ପାଇଁ ଅପାରଗ ଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ପ୍ରଭାବିତ ଜନଗଣଙ୍କୁ ତୁରନ୍ତ ସଠିକ୍ କ୍ଷତି ପୂରଣ ଓ ସହାୟତା ପ୍ରଦାନ ପ୍ରମୁଖ ୪ ଟି ଦାବିରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ମୟୂରଭଞ୍ଜ ବନ୍ଦ ସଫଳ ହୋଇଛି l
ସଦର ମହକୁମା  ବାରିପଦା ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରେ  ବନ୍ଦର ପ୍ରଭାବ ଦେଖିବାକୁ ମିଳିଅଛି l  ଜିଲ୍ଲାର ଜନଗଣ ଅକୁଣ୍ଠ ସମର୍ଥନ ଜଣାଇଥିବାରୁ ଇଣ୍ଡି ବ୍ଲକର ସହଯୋଗୀ ଦଳ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ସିପିଏମ ର ସାଥୀ ରବି ଗୋସ୍ୱାମୀ ଜିଲ୍ଲାର ଜନଗଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ବନ୍ଦରେ କଂଗ୍ରସ ର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଆଇନଜୀବୀ ଶାନ୍ତନୁ ପାଲ, ଯୋଗେଶ ଅଗ୍ରୱାଲ, ସିପିଆଇ ପକ୍ଷରୁ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା,ରବି ସିଂ, ମୟୂରଭଞ୍ଜ ପରିବହନ କର୍ମଚାରୀ ସଂଘର ସଭାପତି ରଘୁନାଥ ପଣ୍ଡା, ମନୋରଞ୍ଜନ ପରିଡା, ଗଙ୍ଗାଧର ସାମଲ, ଅଶୋକ ଭଞ୍ଜଦେଓ, ସୁବାସ ଚନ୍ଦ୍ର ତ୍ରିପାଠୀ, ଅଶୋକ ବେହେରା, ଜୀବନ ମହାକୁଡ଼, ଉତ୍ତମ ବେହେରା, ତରୁଣ ମହାନ୍ତ, ମହେଶ୍ୱର ବେହେରା  ପ୍ରମୁଖଙ୍କ ସମେତ କଂଗ୍ରେସ ଓ ସିପିଆଇ ର  କର୍ମୀମାନେ ସାମିଲ ଥିଲେ।