ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ସ୍ଥିତ ଅନୁସୁଚିତ ଜାତି ଓ ଜନଜାତି ବିଭାଗ (ଏସଏସଡ଼ି) ବାଳିକା ହାଇସ୍କୁଲ ର ହଷ୍ଟେଲ ରେ ଗତକାଲି ରାତ୍ରିରେ ଘଟିଅଛି ଏକ ଅଭାବନୀୟ ଘଟଣା l ରାତ୍ରୀରେ ହଷ୍ଟେଲ ର ଅନ୍ତେବାସୀ ଛାତ୍ରୀମାନେ ରାତ୍ରୀ ଖାଦ୍ୟ ଖାଇ ଶୋଇଥିଲେ l ହଠାତ ମଧ୍ଯ ରାତ୍ରୀରେ କିଛି ଛାତ୍ରୀ ମାନଙ୍କର ମୁଣ୍ଡ ବୁଲାଇବା ସହ ଝାଡା ବାନ୍ତି, ପେଟବଥା ଆରମ୍ଭ ହୋଇଥିଲା l ଧୀରେ ଧୀରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗି 35 ରୁ ଉର୍ଦ୍ଧ ଛାତ୍ରୀ ଅସୁସ୍ଥ ହୋଇଥିଲେ l ସଙ୍ଗେ ସଙ୍ଗେ ବିଦ୍ୟାଳୟ କର୍ତୃପକ୍ଷ ଏକ ଆମ୍ବୁଲାନ୍ସ ଏବଂ ଘରୋଇ ଗାଡ଼ିରେ ଆକ୍ରାନ୍ତ ସମସ୍ତ ଛାତ୍ରୀ ଙ୍କୁ ପ୍ରଥମେ ମାଣତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ l ସେଠାରୁ କିଛି ଗୁରୁତର ଛାତ୍ରୀଙ୍କୁ ବଡ଼ସାହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l
ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଛାତ୍ରମାନଙ୍କୁ ଚିକିତ୍ସା କରୁଛନ୍ତି l ଖବର ପାଇ ଜିଲାପାଳ ହେମକାନ୍ତ ସଏ ଡାକ୍ତରଖାନାରେ ପହଞ୍ଚି ଛାତ୍ରୀମାନଙ୍କୁ ଭେଟିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l ଏଥି ସହିତ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ନିର୍ଦେଶ ଦେଇଥିଲେ l ଖାଦ୍ୟର ଫୁଡ ପଏଜନ ଯୋଗୁଁ ଏହା ହୋଇଥାଇପରେ ବୋଲି ସନ୍ଦେହ କରାଯାଉଅଛି l ଜିଲ୍ଲାପାଳ ଡାକ୍ତରଖାନା ରୁ ସିଧାସଳଖ ହଷ୍ଟେଲ ରେ ପହିଞ୍ଚ ରୋଷଇଘର, ଡାଇନିଂହଲ ଏବଂ ପାନୀୟ ଜଳ ବ୍ୟବସ୍ଥା ର ତନଖି କରିଛନ୍ତି l ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟ, ପାନୀୟ ର ନମୁନା ସଂଗ୍ରହ କରିବା ସହ ପରୀକ୍ଷାଗାର କୁ ପଠାଇବା ପାଇଁ ନିର୍ଦେଶ ଦେଇଛନ୍ତି l ଖବର ଲେଖାହେବା ପର୍ଯ୍ୟନ୍ତ ସମସ୍ତ ଛାତ୍ରୀ ସୁସ୍ଥ ଥିବାର ସୂଚନା ମିଳିଅଛି l
