IMG 20261006 WA0395

ବାଇକ ଉପରକୁ ଚଢ଼ିଗଲା କାର, ଯୁବକ ଗୁରୁତର

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ମେଡିକାଲ ଛକ ତାରିଣି ମେଡିସିନ ଷ୍ଟୋର ସମ୍ମୁଖରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବାଇକ ଉପରକୁ କାର ଚଢ଼ିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ  ୭ ନମ୍ବର ୱାର୍ଡ ଗଢ ଗ୍ରାମର ସୁମନ ସାହୁ ବୋଲି ଜଣାପଡ଼ିଛି।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।