ବାରିପଦା: ଏମ ଏମ୍ ଡି ଆର୍ ସଂଶୋଧନ ଆଇନ୍,୨୦୨୬ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ରାଜ୍ୟର ଅପାରଗ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ବନ୍ୟା ପ୍ରଭାବିତ ଜନଗଣଙ୍କୁ କ୍ଷତି ପୂରଣ ଓ ସହାୟତା ପ୍ରଦାନ ଦାବିରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆସନ୍ତା ୮ ତାରିଖ ଗୁରୁବାର ସକାଳ ୬ ରୁ ସନ୍ଧ୍ୟା ୬ ଘଟିକା ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଏହାର ସଫଳତା ପାଇଁ ବାରିପଦାର ବିଭିନ୍ନ ଅନୁଷ୍ଠାନ, ସଂଗଠନମାନଙ୍କୁ ଅନୁରୋଧ ପତ୍ର ଦେବା ସହ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଇଣ୍ଡିଆ ମେଣ୍ଟ ପକ୍ଷରୁ କରାଯାଇଛି। ଏଥିରେ ମେଣ୍ଟ ର ସହଯୋଗୀ ଦଳ ସିପିଆଇ ର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ସିପିଏମ ର ରବି ଗୋସ୍ୱାମୀ, କଂଗ୍ରେସ ପକ୍ଷରୁ ଶାନ୍ତନୁ କୁମାର ପାଲ୍ ସାମିଲ ଥିଲେ ଏବଂ ଆସନ୍ତା କାଲି ୭ ତାରିଖ ସମ୍ବିଧାନ ବଞ୍ଚାଅ,ଦେଶ ବଞ୍ଚାଅ ର ମିଳିତ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।
