IMG 20261003 WA0238

ସମ୍ପର୍କ ପରିବାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଜ୍ୟ
ବାରିପଦା : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଅବସରରେ ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |
ଏହି ଅବସର ରେ ସମ୍ପର୍କ ପରିବାର ର ସଭାପତି ସଂଜୀବ ରାଉତ ଏବଂ ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ତତ୍ୱାବଧାନରେ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ବହୁ ବରିଷ୍ଠ ବୁଦ୍ଧିଜୀବୀ ସ୍ଥାନୀୟ ଜନତା ଉପସ୍ଥିତ ରହି ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀ ଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅଂଶ ଗ୍ରହଣ କରିଥିଲେ. ଏହି ଅବସର ରେ ଛାତ୍ର ଛାତ୍ରୀ ମାନେ ଯୋଗଦେଇ 122 ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସମ୍ପର୍କ ପରିବାର ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.