ବାରିପଦା : ସ୍ଥାନୀୟ ଏମ୍ ପି କେ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଥିବା ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ର ଚିତ୍ରାଙ୍କନ ପ୍ରତିଯୋଗିତାରେ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆୱାସିକ ହଷ୍ଟେଲର ଅଷ୍ଟମ ଶ୍ରେଣୀର ଛାତ୍ର ଦେବାଶିଷ ଗିରି ପ୍ରଥମ ସ୍ଥାନ ଅଧିକାର ରାଜ୍ୟସ୍ତରକୁ ମନୋନୀତ ହୋଇ ଜିଲ୍ଲା, ବ୍ଲକ ଓ ବିଦ୍ୟାଳୟ ଲାଗି ଗର୍ବ ଆଣିଛନ୍ତି I ସେହିପରି ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ହଷ୍ଟେଲର ଦେବ ତେଲେଙ୍ଗା ରାଜ୍ୟ ସ୍ତର ଲାଗି ମନୋନୀତ ହୋଇଛନ୍ତି I ତତସହିତ ଜିଲ୍ଲା ସ୍ତରୀୟ ରଗବି ପ୍ରତିଯୋଗିତାରେ ଦେବ ତେଲେଙ୍ଗା ଓ ସରୋଜ ସିଂହ ରାଜ୍ୟ ସ୍ତର ଲାଗି ମନୋନୀତ ହୋଇ ବିଦ୍ୟାଳୟ ଲାଗି ସୁନାମ ଆଣିଛନ୍ତି । ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ରଗବିରେ ଚାମ୍ପିୟନ ହୋଇଛି I
ପ୍ରକାଶ ଥାଉ କି, ଏହି ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରସାଶନ ଅଧିନରେ ରହି ଜିଲ୍ଲାର ବିଭିନ୍ନ ବ୍ଲକର ପିତାମାତା ହୀନ, ଅଧାରୁ ପାଠ ଛାଡିଥିବା ତଥା ଆଦୌ ପାଠ ପଢ଼ି ନ ଥିବା ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ କଳାର ବିକାଶ କରି ସମାଜରେ ଓ ଜୀବନରେ ପ୍ରତିଷ୍ଠିତ କରିବାର ଅନେକ ଆକର୍ଷଣୀୟ ପଦକ୍ଷେପ ନେଇ ସୁନାମ ଅର୍ଜନ କରିଛି। I ଏହି ସଫଳତା ପାଇଁ ହଷ୍ଟେଲର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଚେଷ୍ଟାକୁ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଧନ୍ୟବାଦ ଦେଇଛନ୍ତି I
