ବାରିପଦା: ଆଜି ମୟୂରଭଂଜ କ୍ୟାମ୍ପ ଆସୋସିଏସନ ୟୁନିଅନ୍ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଲ୍ଯାମ୍ପର ପରିଚାଳନା, କାର୍ଯ୍ୟ ପରିଚାଳନା ଓ ସମ୍ପ୍ରତି ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ସର୍ବସମ୍ମତିକ୍ରମେ ସତ୍ୟଜିତ ସାହୁ ଙ୍କୁ ସଂଘର ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ ସ୍ୱରୂପ ଶତପଥୀ ଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି।
ସେହିପରି ପ୍ରତ୍ୟୁଷ କୁମାରଙ୍କୁ ସଂଘର କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି।ବୈଠକରେ ଲ୍ଯାମ୍ପଗୁଡ଼ିକର ଦୈନନ୍ଦିନ ପରିଚାଳନା, କର୍ମଚାରୀ ଓ ମାନବ ସମ୍ବଳ ସମସ୍ୟା, ଆର୍ଥିକ ଓ ପ୍ରଶାସନିକ ଚ୍ୟାଲେଞ୍ଜ ସମେତ ବିଭିନ୍ନ ସମସ୍ୟା ଉପରେ ସଦସ୍ୟମାନେ ନିଜ ନିଜ ମତାମତ ରଖିଥିଲେ। କ୍ୟାମ୍ପ ସମବାୟ ସମିତି ଗୁଡ଼ିକର ସୁଚାରୁ ପରିଚାଳନା ଓ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସମସ୍ୟାଗୁଡ଼ିକୁ ସୁସଂଗଠିତ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅବଗତ କରାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ସଂଘ ପକ୍ଷରୁ କ୍ୟାମ୍ପ ସମବାୟ ସମିତିର ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ସମବାୟ ସଂସ୍ଥାଗୁଡ଼ିକର ସୁଚାରୁ କାର୍ଯ୍ୟକଳାପ ଓ ସଦସ୍ୟମାନଙ୍କ ହିତ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
