IMG 20260928 WA0288

ବିଶିଷ୍ଟ ଜନନାୟକ ସୁଦର୍ଶନ ମୁର୍ମୁଙ୍କ ସ୍ମରଣ ପ୍ରତିମୂର୍ତ୍ତି ଓ ସ୍ମୃତିଗ୍ରନ୍ଥ ଉନ୍ମୋଚିତ

ରାଜ୍ୟ
ବାରିପଦା : ବିଜାତଳା ବ୍ଲକର ବିଶିଷ୍ଟ ଜନନାୟକ ସୁଦର୍ଶନ ମୁର୍ମୁ ଙ୍କ ପ୍ରଥମ ଶ୍ରାଦ୍ଧଵାର୍ଷିକୀ ମହାସମାରୋହରେ ପାଳିତ ।  ବିଜାତଳା ବ୍ଳକର  ଲୁହାଶିଳା ପଞ୍ଚାୟତର ଲୁହାଶିଳା ଗ୍ରାମରେ ମହାନ ଜନନାୟକ  ସୁଦର୍ଶନ ମୁର୍ମୁ ଙ୍କ ବାସଭବନ ସମ୍ମୁଖରେ ତାଙ୍କର ପ୍ରଥମ ଶ୍ରଦ୍ଧା ଦିବସ ପାଳିତ ହୋଇଛି। ଏହି ଅବସରରେ ମୟୂରଭଞ୍ଜ ସାଂସଦ ନବ ନାୟକ ଉପସ୍ଥିତ ରହି ସୁଦର୍ଶନ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ତାଙ୍କ ସ୍ମୃତିରେ ପ୍ରସ୍ତୁତ ସ୍ମୃତିଗ୍ରନ୍ଥ ମଧ୍ୟ ଉନ୍ମୋଚନ କରିଥିଲେ।
ସ୍ମୃତିସଭାରେ ପଛୁଆ ଵିଜାତଳା ବ୍ଳକର ବିକାଶ ପାଇଁ  ସୁଦର୍ଶନ ମୁର୍ମୁ ଅଣ୍ଟା ଶିଖିଥିଲେ ।ସେ ଥିଲେ ବିଶିଷ୍ଟ ରାଜ ନେତା,ଶିକ୍ଷା ସଂଗଠକ,ମାଟିକୁ ଭଲ ପାଉଥିବା ସରଳ ଲୋକଟିଏ । ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ,ଶିକ୍ଷା,ସ୍ବାସ୍ଥ୍ଯ ସେବାର ଉନ୍ନତି ପାଇ‌ଁ ସେ ଆଜୀବନ ସଂଘର୍ଷ ଜାରି ରଖିଥିଲେ ।ତାଙ୍କରି ପ୍ରଚେଷ୍ଟାରେ ବିଜାତଳା ଵ୍ଳକର  ଲୁହାଶିଳା ପଞ୍ଚାୟତ ହାଇସ୍କୁଲ, ଲୁହାଶିଳା କନ୍ୟାକୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଲୁହାଶିଳା ରଜନୀକାନ୍ତ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ, ଲୁହାଶିଳା ଡାକ୍ତରଖାନା ପାଟପୁର ନିକଟ ଯାମଦାରେ ଡିଗ୍ରୀ କଲେଜ ଏବଂ ଦୁର୍ଗମ ଚଢ଼େଇପାହାଡ଼ି ପଞ୍ଚାୟତରେ ହାଇସ୍କୁଲ ଭଳି ଗଢ଼ି ଉଠିଥିଲା ।୧୯୮୮ ମସିହାରେ ମଧ୍ୟ ସେ ଵିଜାତଳା ବ୍ଳକ ଅଧ୍ୟକ୍ଷ ଦାୟିତ୍ଵ ନିଷ୍ଠାର ସହ ତୁଲାଇ ଵିଜାତଳା ବ୍ଳକର ଉନ୍ନତି ରଥରେ ସାରଥି ହୋଇଥିଲେ । ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ସେ ଅଞ୍ଚଳର ଯୁବପିଢ଼ି ପାଇଁ ‘ମଣିଷ ତିଆରି କାରଖାନା’ ଭାବେ ଦେଖୁଥିଲେ।
ପ୍ରଥମ ଶ୍ରଦ୍ଧା ଦିବସ ଅବସରରେ ତାଙ୍କ ବଡ଼ପୁଅ ରଜନୀକାନ୍ତ, ସାନପୁଅ ରଘୁନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନଳିନୀକାନ୍ତ, ସାନଝିଅ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନୀଳମଣି ମୁର୍ମୁଙ୍କ ସମେତ ପରିବାରବର୍ଗ, ପୁତ୍ରବଧୂ, ନାତି-ନାତୁଣୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ। ସମସ୍ତେ ତାଙ୍କ ସ୍ମୃତିଚାରଣ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସେହିପରି ବିଜେପି ନେତା ସରୋଜ ମହାନ୍ତ,ଅମଦ ମହାନ୍ତ,ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ସଂଗ୍ରାମ  କଵିଶତପଥି କନ୍ୟାକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ବେହେରା, ଶିକ୍ଷୟତ୍ରୀ ଲିଳାବତୀ ପ୍ରଧାନ,ଅଂଜିତା ମହାପାତ୍ର,ସାବିତ୍ରୀ ପଣ୍ଡା,ବଳରାମ ଟୁଡୁ, ଦ୍ରୌପଦୀ ପାତ୍ର,କାନ୍ଦାନ,ଉତାର ମୁର୍ମୁଙ୍କ ସମେତ ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ସୁଦର୍ଶନ ମୁର୍ମୁଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିଥିଲେ। ଲୁହାଶିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କବିଶତପଥୀଙ୍କ ସମେତ ଅବସରପ୍ରାପ୍ତ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ତାଙ୍କ ସ୍ମୃତିଚାରଣ କରିଥିଲେ।