ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ମ ନାଟକ ଅଭିରାମ ଅଭିନୟ ଅନୁଷ୍ଠାନ, ବାରିପଦା ପ୍ରଯୋଜିତ “ପ୍ରଭୁଙ୍କ ଅପେକ୍ଷାରେ” ମଞ୍ଚସ୍ଥ ହୋଇଥିଲା I ଅନୁବାଳା ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକରେ ଅରୂପାନନ୍ଦ ମାହାଲା, ତପନ କୁମାର ବେହେରା, ଅନିନ୍ଦିତା ପ୍ରିୟଦର୍ଶିନୀ ଭୂୟାଁ, ଚିନ୍ମୟ ଶେଜପଡା, ନମ୍ରତା ନାଏକ, ଦିବ୍ୟଜ୍ୟୋତି ତ୍ରିପାଠୀ, ମନୀଷା ପୃଷ୍ଟି, ଶୈଳେନ୍ଦ୍ରି ରାୟ, ଆରୋହୀ ସିଂହ ଓ ଆର୍ୟାନ ପତି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ I
ସାଧନା ମେମୋରିଆଲ ଟ୍ରଷ୍ଟ, କଟକ ପ୍ରଯୋଜିତ ଏବଂ ବିଶ୍ୱଭୂଷଣ ମହାନ୍ତିଙ୍କ ରଚିତ ଓ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ୨ୟ ନାଟକ “ଅଭିନେତ୍ରୀ” ରେ ବିଶ୍ୱଭୂଷଣ ମହାନ୍ତି, ଚିତ୍ତରଞ୍ଜନ ପାତ୍ର, ବିକ୍ରମ ଚେମୀ, ମିଥୁନ ସ୍ୱାଇଁ, ସ୍ୱପ୍ନାରାଣୀ ପାତ୍ର ଓ ସଞ୍ଜିତା ଦାସ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ବେଳେ ସଂଗୀତରେ ବିନୟ ଦାସ ଓ ମଞ୍ଚ ପରିଚାଳନାରେ ଦିଗବିଜୟ ଦିବାକର ସହଯୋଗ କରିଥିଲେ I ତତସହିତ ରୁପମ ରାମଙ୍କ ନୃତ୍ୟ ନିର୍ଦ୍ଦେଶନାରେ ପୂର୍ଣ୍ଣିଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଶ୍ୱନାଥ ମହାନ୍ତ, ଦେବ ତେଲେଙ୍ଗା, କାର୍ତ୍ତିକ ମହାନ୍ତ, ଜିତୁ ମୁର୍ମୁ, ତପନ ସିଂ, ଦେବାଶିଷ ଚୌଧୁରୀ, ରାଜବୀର ଲାମା, ଦେବାଶିଷ କୁଁଅର “ଆମେ ଓଡିଶାର ଆଦିବାସୀ” ବିଷୟ ଉପରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା I ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ ଯୋଗଦେଇ ମେଜର ଡ. କଳ୍ପନା ଦାଶ, ବିଶିଷ୍ଟ ଆଇନଜୀବି କ୍ଷେତ୍ରମୋହନ ପଣ୍ଡା, ସୁଲେଖିକା ଡ. ସାଗରିକା ଦାସ, ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଖିରୋଦ ବିହାରୀ ସିଟ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I
ଏହି ଅବସରରେ ପ୍ରତିଷ୍ଠିତ ଓଡ଼ିଆ ସିନେ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ ଭାଇ) ଦୁଃଖିରାମ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ଶନିବାର ଦିନ ସ୍ପେସ ଏକାଡେମୀ, ଭୁବନେଶ୍ୱର ପ୍ରଯୋଜିତ “ଚେୟାର୍ସ” ଓ ଦମଦମ ଏମ୍ବଡି, କୋଲକାତା ପ୍ରଯୋଜିତ ନାଟକ “ଏକ୍ସପ୍ଲୋରେସନ” ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
