ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ୧ମ ନାଟକ ଭଞ୍ଜଭୂମି ସାଂସ୍କୃତିକ ପରିଷଦ, ବାରିପଦା ପ୍ରଯୋଜିତ “କାଞ୍ଚି ଅଭିଯାନ” ମଞ୍ଚସ୍ଥ ହୋଇଥିଲା I ଅନୁବାଳା ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକରେ ଅରୂପାନନ୍ଦ ମାହାଲା, ଅସିତ କୁମାର ମଲ୍ଲିକ, ତପନ କୁମାର ବେହେରା, ଜିତେନ୍ଦ୍ର ଦଳବେହେରା, ସ୍ତୁତି ମହାନ୍ତି, କାତ୍ୟାୟନୀ ମହାନ୍ତି, ଅନନ୍ଦିତା ପ୍ରିୟଦର୍ଶିନୀ ଭୂୟାଁ, ଚିନ୍ମୟ ଶେଜପଡା, ନମ୍ରତା ନାଏକ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ I ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଦାନ ଅକ୍ଷୟ ମହାନ୍ତି ଓ ଗୀତିକାର ଡ଼. ପାର୍ଥ ସାରଥୀ ମହାପାତ୍ର I ଆମେ କ୍ରାନ୍ତି, ଉଦଳା ପ୍ରଯୋଜିତ ଏବଂ ଡ. ନାରାୟଣ ସାହୁଙ୍କ ରଚିତ ଓ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶିତ ୨ୟ ନାଟକ “ରାଜା” ରେ ରତିକାନ୍ତ ବେହେରା, ଅଶୋକ ପଟ୍ଟନାୟକ, କୁନ୍ଦନ ଭଞ୍ଜ, ଅସିତ ଗିରି, ପ୍ରଦ୍ୟୁମ୍ନ ଦାସ, ଗିରିଶ ଦାସ, ରାହୁଲ ଓ ସେଲଭି ଅଭିନୟ କରିଥିବା ବେଳେ ଆଲୋକରେ ରାମଚନ୍ଦ୍ର ମହାପାତ୍ର, ସଂଗୀତରେ ସୁଶାନ୍ତ ଦାସ ଓ ସହ ନିର୍ଦ୍ଦେଶନାରେ ପ୍ରକାଶ ଦାଶ ସହଯୋଗ କରିଥିଲେI
ଆୟୋଜନ କମିଟିର ସଭାପତି ଡ଼ା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ ଯୋଗଦେଇ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ମହେନ୍ଦ୍ର କୁମାର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ରଜନୀ ବାରିକ, ଅବସରପ୍ରାପ୍ତ ଶିଶୁ ବିକାଶ ଅଧିକାରିଣୀ ପ୍ରୀତିସୁଧା ତ୍ରିପାଠୀ, ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I ଏହି ଅବସରରେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ଶୁକ୍ରବାର ଦିନ ଅଭିରାମ ଅଭିନୟ ଅନୁଷ୍ଠାନ, ବାରିପଦା ପ୍ରଯୋଜିତ ନାଟକ “ପ୍ରଭୁଙ୍କ ଅପେକ୍ଷାରେ” ଓ ସାଧନା ମେମୋରିଆଲ ଟ୍ରଷ୍ଟ, କୋଲକାତା ପ୍ରଯୋଜିତ ନାଟକ “ଅଭିନେତ୍ରୀ” ପରିବେଷିତ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
