ବାରିପଦା: ବ୍ଲକ ସ୍ତରୀୟ ଗୀତା ପାଠ ପ୍ରତିଯୋଗିତା ଆଜି ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରଘୁନାଥପୁର ପରିସରରେ ଅତ୍ୟନ୍ତ ଭକ୍ତିପୂର୍ଣ ଓ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ବିଚାରକ ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଏଲ୍.କେ. କଲେଜ, ବାଙ୍ଗିରିପୋଷୀର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ଼. ପୁଷ୍ପା ପାତ୍ର, ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ, ଶିରିଷବଣୀର ଅଧ୍ୟକ୍ଷା ଡ଼. ବୀଣାପାଣି ଦାଶ , ଲକ୍ଷ୍ମୀପୋଷୀ ସ୍ପେଶାଲ ସ୍କୁଲ ଫର ବ୍ଲାଇଣ୍ଡ ଆଣ୍ଡ ଡେଫ୍ ର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ସୁରେଶ ପାଣିଗ୍ରାହୀ ଏବଂ ଅବସରପ୍ରାପ୍ତ ସିଡିପିଓ ତଥା ସମାଜସେବୀ ଶ୍ରୀମତୀ ପ୍ରୀତିସୁଧା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଗ୍ରୁପର ସଭାପତି ଇଂପ୍ରଭାସ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଙ୍କିତା ବାରିକ, ଏକାଡେମିକ୍ ହେଡ୍ ଡ଼. ଆଦର୍ଶ ଶତପଥୀ , ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶ୍ରୀ ନିରୋଦ ଚନ୍ଦ୍ର ମହାନ୍ତ, ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଲିପିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଯୋଗିତାରେ ଗ୍ରୁପ୍-ବି ରେ ମୋଟ ୩୦ ଜଣ ଏବଂ ଗ୍ରୁପ୍-ସି ରେ ମୋଟ ୧୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଗ୍ରୁପ୍-ବି ରେ ଦିବ୍ୟଜ୍ୟୋତି ସାହୁ ପ୍ରଥମ, ବର୍ଷା ପ୍ରିୟଦର୍ଶିନୀ ବେହେରା ଦ୍ୱିତୀୟ ଏବଂ ପ୍ରୀତିରେଖା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଗ୍ରୁପ୍-ସି ରେ ବିଷ୍ଣୁପ୍ରିୟା ମଣ୍ଡଳ ପ୍ରଥମ, ସୁସ୍ମିତା ଗିରି ଦ୍ୱିତୀୟ ଏବଂ ଦିବ୍ୟଜ୍ୟୋତି ଘୋଷ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସଂସ୍କୃତ ଶିକ୍ଷୟିତ୍ରୀ ଦେବସ୍ମିତା ବାରିକ, ବଳଭଦ୍ର ଜେନା ଏବଂ ସୁଚିତ୍ରା ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।
