IMG 20260921 WA0304

ଏସଆଇଆର୍- ୨୦୨୬ ଅଧୀନରେ ରାଇରଙ୍ଗପୁର ଓ ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ରାଜ୍ୟ
ବାରିପଦା: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ–୨୦୨୬ ଅଧୀନରେ ଆଜି ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହି ଉପଲକ୍ଷେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ରାଇରଙ୍ଗପୁର  ଉପ ଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମଙ୍କ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ କଂଗ୍ରେସ ଦଳର ଶ୍ରୀ ରୂପକ  ମହାନ୍ତି,ବିଜୁ ଜନତା ଦଳର ଶ୍ରୀ ରାଇସେନ ମୁର୍ମୁ , ଶ୍ରୀ ପଙ୍କଜ ଦାସ , ଶ୍ରୀ ବିଶ୍ୱଜିତ ପଣ୍ଡା , ଶ୍ରୀ ଶଙ୍କର ଟୁଡୁ , ଶ୍ରୀ ଗୋପବନ୍ଧୁ ଗିରି ଏବଂ ଶ୍ରୀ ବିରଞ୍ଚି ନାରାୟଣ ନନ୍ଦ ଯୋଗଦେଇଥିଲେ। ନିର୍ବାଚନ ଆୟୋଗଙ୍କ ପତ୍ର ଅନୁଯାୟୀ, ୨୦୨୬ ମସିହା ମଇ ମାସ ୨୯ ତାରିଖରେ ଭୋଟର ତାଲିକାର ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତଦନୁସାରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଉକ୍ତ ଚିଠା ଭୋଟର ତାଲିକାରେ ମୋଟ ୨,୦୯, ୭୩୨ ମତଦାତାଙ୍କ ନାମ ପଞ୍ଜିକୃତ କରାଯାଇଥିବା ବେଳେ ଗ୍ରହଣ ହୋଇଥିବା ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ନିଷ୍ପତ୍ତି ଅଧାରରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପ୍ରକାଶିତ ହୋଇଛି। ଉକ୍ତ ଚୂଡାନ୍ତ ଭୋଟର ତାଲିକାରେ ପଞ୍ଜିକୃତ  ମୋଟ ୨, ୧୧,୪୯୮ ମତଦାତାଙ୍କ ନାମ ପ୍ରକାଶ ପାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ–୨୦୨୬ ଅଧୀନରେ ଆଜି ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହି ଉପଲକ୍ଷେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ ଵିଜେପି ଦଳର ଶ୍ରୀ  ସରୋଜ କୁମାର ମହାନ୍ତ ,କଂଗ୍ରେସ ଦଳର ଶ୍ରୀ ରୂପକ  ମହାନ୍ତି, ଶ୍ରୀ କିଶୋର ମହାନ୍ତ,ବିଜୁ ଜନତା ଦଳର ଶ୍ରୀ ନିମାଇଁ ଚରଣ ମୁର୍ମୁ , ଶ୍ରୀ ବିରଞ୍ଚି ନାରାୟଣ ନନ୍ଦ, କଂଗ୍ରେସ ଦଳର ପୂର୍ବତନ ବିଧାୟକ ଶ୍ରୀ  ପ୍ରହଲ୍ଲାଦ ପୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ। ନିର୍ବାଚନ ଆୟୋଗଙ୍କ ପତ୍ର ଅନୁଯାୟୀ, ୨୦୨୬ ମସିହା ମଇ ମାସ ୨୯ ତାରିଖରେ ଭୋଟର ତାଲିକାର ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତଦନୁସାରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଉକ୍ତ ଚିଠା ଭୋଟର ତାଲିକାରେ ମୋଟ ୧,୯୩, ୮୩୭ ମତଦାତାଙ୍କ ନାମ ପଞ୍ଜିକୃତ କରାଯାଇଥିବା ବେଳେ ଗ୍ରହଣ ହୋଇଥିବା ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ନିଷ୍ପତ୍ତି ଅଧାରରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପ୍ରକାଶିତ ହୋଇଛି। ଉକ୍ତ ଚୂଡାନ୍ତ ଭୋଟର ତାଲିକାରେ ପଞ୍ଜିକୃତ  ମୋଟ ୧, ୯୪,୪୩୧ ମତଦାତାଙ୍କ ନାମ ପ୍ରକାଶ ପାଇଛି।  ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ  ପ୍ରସାଦ କୁମାର ବେହେରା, ଶ୍ରୀ ଦୀପକ କୁମାର ମହାନ୍ତ ଓ ବୁଥ ସ୍ତରୀୟ ଅଧିକାରୀ ମାନେ  ଉପସ୍ଥିତ ଥିଲେ।