ନୂଆଦିଲ୍ଲୀ: Mamata Banarjee ଦିଦିଙ୍କ ମୁହଁରେ ଥାଏ ଖେଲା ହବେ । ଏବେ ତାଙ୍କୁ ମିଳିଛି ଫୁଟବଲ ଖେଳାଳି ଚିହ୍ନ । ଦିଦିଙ୍କ ଟିଏମସି ଦୁଇ ଫାଳ ହେବା ପରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ଓ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ ।
“ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ଏବଂ ଏହାର ପାରମ୍ପରିକ “ଘାସ-ଫୁଲ” ଚିହ୍ନକୁ ଫ୍ରିଜ୍ କରାଯାଇଛି । ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ମମତାଙ୍କ ନେତୃତ୍ବାଧୀନ ଗୋଷ୍ଠୀର ନୂଆ ଦଳୀୟ ନାଁ ହେଲା ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ । ଏହି ଗୋଷ୍ଠୀକୁ ଫୁଟବଲ୍ ଖେଳାଳି ଚିହ୍ନ ଆବଣ୍ଟନ କରାଯାଇଛି ।
ସେହିପରି ଋତବ୍ରତ ବାନାର୍ଜୀ ଗୋଷ୍ଠୀର ନୂଆ ଦଳୀୟ ନାଁ ହେଲା ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ । ଏହି ଗୋଷ୍ଠୀକୁ ଲଫାପା ଚିହ୍ନ ଆବଣ୍ଟିତ ହୋଇଛି । ଦୁଇ ଗୋଷ୍ଠୀଙ୍କୁ ଅସ୍ଥାୟୀ ଭାବେ ଏହି ଚିହ୍ନ ଏବଂ ନାମ ଆବଣ୍ଟିତ ହୋଇଛି । ଏହି ଚିହ୍ନରେ ଦୁଇ ଗୋଷ୍ଠୀ ଆଗାମୀ ନିର୍ବାଚନ ଲଢ଼ିବେ । ନନ୍ଦୀଗ୍ରାମ ସମେତ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଏହି ଅସ୍ଥାୟୀ ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି ।
