IMG 20260917 WA0003

ହାଟଵାଦଡାରେ ୩୨ ଟି ଗୋରୁ ଉଦ୍ଧାର କଲା ପୋଲିସ 

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ହାଟବାଦଡାରେ ସାପ୍ତାହିକ ହାଟରେ  ପନିପରିବା, ଛେଳି, କୁକୁଡ଼ା, ମାଛ ସମେତ   ଗୋରୁ  କ୍ରୟ ବିକ୍ରୟ ହୋଇଥାଏ । ଵିଞ୍ଝୁଆର କିଛି ବ୍ୟକ୍ତି ସାପ୍ତାହିକ ହାଟରୁ ୩୨ ଟି ଗୋରୁ ତଥା  ଗୋରୁ ପିଛା ୩୦୦ ଟଙ୍କା ମାସୁଲ ଦେଇ  ରସିଦ ସହ ଵିଞ୍ଝୁଆ ଗ୍ରାମକୁ ଚଲାଇ ଚଲାଇ ନେଉଥିବାବେଳେ   ରାସ୍ତାରେ କିଛି ଯୁବକ ଗୋରୁ ଚାଲାଣ ନେଇ ଅଟକାଇ ଥାନାକୁ ଖଵର‌  ଦେଇଥିଲେ ‌।ରାଇରଙ୍ଗପୁର ଟାଉନଥାନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୩୨ ଟି ଗୋରୁଙ୍କୁ ଉଦ୍ଧାର କରିବା ସହ‌ ରାଇରଙ୍ଗପୁର‌ ଥାନାକୁ ନେଇ ଆସିଥିଲେ ।
ଗୋଚାଲାଣ ନେଇ ପୋଲିସ ଏକ  କେଶ ମାମଲା ରୁଜୁ କରିଛି  । ପୋଲିସ ପକ୍ଷରୁ ଗୋରୁଙ୍କୁ କିଭଳି ସୁରକ୍ଷିତ ଅଵସ୍ଥାରେ‌  ରଖାଯିବ,ସେମାନଙ୍କ ଖାଦ୍ଯ, ପାନୀୟ ବ୍ୟବସ୍ଥା କରାଯାଇଅଛି   ।ରାଇରଙ୍ଗପୁର ଗୋଶାଳା ରେ ଗାଇ ରଖିବାକୁ ଜାଗା ନାହିଁ ।ଅପରପକ୍ଷରେ କ୍ରେତା ଗୋରୁ ବେପାରୀମାନେ କହୁଛନ୍ତି ଆମେ ସରକାରଙ୍କ ନିୟମ ଅନୁସାରେ ଗୋମାତାଙ୍କୁ ଆମେ ରାଜସ୍ଵ ଦେଇ କ୍ରୟ କରି ଛୁ ।ତେଣୁ କେଉଁ ଆଇନ ବଳରେ ପୋଲିସ ଗୋମାତାଙ୍କୁ ଅଟକ ରଖିଛି ।