WhatsApp Image 2026 09 16 at 11.52.31 AM

ପ୍ରତିଶ୍ରୁତି ସାରସ୍ୱତ ସମ୍ମାନ -୨୦୨୬ ପ୍ରଦାନ ସମାରୋହ ଅନୁଷ୍ଠିତ

ରାଜ୍ୟ

ବାରିପଦା: ମୟୂରଭଞ୍ଜର ବାରିପଦାରୁ ଦୀର୍ଘ ୪୪ ବର୍ଷ ଧରି ନିରବଚ୍ଛିନ୍ନଭାବେ ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସାହିତ୍ୟ ଓ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା \”ପ୍ରତିଶ୍ରୁତି\’ ତରଫରୁ ପବିତ୍ର ନୂଆଖାଇର ଶୁଭ ଅବସରରେ ଏକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବର୍ଷିୟାନ ସାରସ୍ୱତ ସାଧକ ତଥା ବହୁ ପୁସ୍ତକର ରଚୟିତା ବୃନ୍ଦାବନ ଦାଶଙ୍କୁ ପ୍ରତିଶ୍ରୁତି ସାରସ୍ୱତ ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି । ପ୍ରତିଷ୍ଠାନର ସଭାପତି ଡା. ପାର୍ଥ ସାରଥୀ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିଶ୍ରୁତିର ପ୍ରତିଷ୍ଠାତା ସମ୍ପାଦକ ଭାଗବତ ପଣ୍ଡା ଶ୍ରୀ ଦାଶଙ୍କ ଜୀବନ ବ୍ୟାପି ସାରସ୍ୱତ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ ।

 

ବାର୍ଦ୍ଧକ୍ୟ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ଏହି କାର୍ଯ୍ୟକ୍ରମ ଶ୍ରୀ ଦାଶଙ୍କ ବାସଗୃହରେ ଅନୁଷ୍ଠିତ ହୋଇଥିଲା । ସଭାପତି ଡା. ଜେନା ଶ୍ରୀ ଦାଶଙ୍କର ସାହିତ୍ୟକୃତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାଶ ଅତି ସଂକ୍ଷେପରେ ତାଙ୍କ ସାରସ୍ୱତ ଜୀବନର ଅନୁଭୁତି ବର୍ଣ୍ଣନା କରିବା ସହିତ ଜୀବନର ୪ର୍ଥ ଅବସ୍ଥାରେ ପ୍ରତିଶ୍ରୁତି ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଅତିଶୟ ସନ୍ତୋଷବ୍ୟକ୍ତ କରିଥିଲେ । ପରିଶେଷରେ ସମ୍ପାଦକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।