IMG 20260916 WA0095

ଚିପଟ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ରାଜ୍ୟ

ବାରିପଦା: ବାରିପଦା ସହରର ଉପକଣ୍ଠ ଚିପଟ ନଦୀ ର ପୋଲ ନିକଟରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତି ର ମୃତଦେହ କୁ ପୋଲିସ ଉଦ୍ଧାର କରିଛି l ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ଭଞ୍ଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶ୍ରମ  ବାହିନୀ ସହାୟତରେ ମୃତଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଛି l ମୃତକର ବୟସ ପାଖାପାଖି 40 ରୁ 45 ବର୍ଷ ହେବ ବୋଲି ଅନୁମାନ କରାଯାଉଅଛି l

 

ମୃତକର କୌଣସି ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁ କୁ ନେଇ ସନ୍ଦେହେ ପ୍ରକାଶ ପାଇଛି l ବର୍ତ୍ତମାନ ସମୟରେ ନଦୀରେ ସେପରି ବହୁତ ଅଧିକା ପାଣି ନଥିବାବେଳେ କିପରି ପାଣିରେ ବୁଡି ଉକ୍ତ ଲୋକର ମୃତ୍ୟୁ ଘଟିଛି l ମୃତକର ପରିଚୟ ପାଇଁ ଭଞ୍ଜପୁର ଥାନା ପୋଲିସ ପାଖାପାଖି ଥାନା ସହିତ ଯୋଗାଯୋଗ କରିବା ସହିତ ତଦନ୍ତ ଜାରିରଖିଅଛି l