1789551250 1789551211 1789550250 ChatGPT Image Sep 16 2026 02 47 10 PM

ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା

ଦେଶ - ବିଦେଶ

ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ଗୁରୁତର ଘଟଣା । ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିଲା ବଡ଼ ଟକ୍କର । ପାକିସ୍ତାନ ନୌସେନାର ଏକ ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ୍ ଯୁଦ୍ଧପୋତର ଅତି ନିକଟକୁ ଚାଲିଆସିଥିଲା। ଯାହା ଫଳରେ ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ସହ ପାକିସ୍ତାନ ନୌସେନାର ଜାହାଜ ଆସି ଜୋରେ ଧକ୍କା ହୋଇଥିବା ଅଭିଯୋଗ ହୋଇଛି । ଭାରତୀୟ ଯୁଦ୍ଧପୋତଟି ନିୟମିତ ସର୍ଭେଲାନ୍ସ ମିଶନରେ ନିୟୋଜିତ ଥିଲା। ପାକିସ୍ତାନୀ ଜାହାଜଟି ଅତ୍ୟଧିକ ବେଗରେ ଏବଂ ଅସୁରକ୍ଷିତ ଢଙ୍ଗରେ ଗତିପଥ ପରିବର୍ତ୍ତନ କରିଥିଲା। ଫଳରେ ଉଭୟ ଜାହାଜ ପରସ୍ପର ସହ ଧକ୍କା ହୋଇଥିଲା ।

ଏ ନେଇ ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ପାକିସ୍ତାନର ଚାର୍ଜ୍ ଡି’ଆଫେୟାର୍ସଙ୍କୁ ରିପୋର୍ଟ କରି କଡ଼ା ପ୍ରତିବାଦ ଜଣାଇଛି ଭାରତ । ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ ସନ୍ଧ୍ୟାରେ ଉତ୍ତର ଆରବ ସାଗରର ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିଲା ଏହି ଘଟଣା। ଭାରତୀୟ ଯୁଦ୍ଧପୋତଟି ନିୟମିତ ସର୍ଭେଲାନ୍ସ ମିଶନରେ ଥିବାବେଳେ ପାକିସ୍ତାନୀ ନୌସେନା ଜାହାଜଟି ଦ୍ରୁତ ଗତିରେ ତାର ନିକଟକୁ ଆସିଥିବା କୁହାଯାଇଛି। ଭାରତୀୟ ପ୍ରତିରକ୍ଷା ସୂତ୍ର ଅନୁସାରେ, ପାକିସ୍ତାନୀ ଜାହାଜର ମନୋଭାବ ଅସୁରକ୍ଷିତ ଏବଂ ଅନ-ଫ୍ରୋଫେସନାଲ ଥିଲା, ଯାହା ଫଳରେ ଦୁଇ ନୌସେନା ଜାହାଜ ମଧ୍ୟରେ ଧକ୍କା ଜୋର ହୋଇଥିଲା। ତେବେ ଏହି ଘଟଣାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ଘଟଣା ପରେ ଭାରତ ସରକାର କୂଟନୈତିକ ସ୍ତରରେ କଡା ପଦକ୍ଷେପ ନେଇଛି। ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନର ଚାର୍ଜ୍ ଡି’ଆଫେୟାର୍ସଙ୍କୁ ରିପୋର୍ଟ କରି ଭାରତ ତୀବ୍ର ପ୍ରତିବାଦ ଜଣାଇଛି। ଏହାସହ ପାକିସ୍ତାନରେ ଥିବା ଭାରତୀୟ ଚାର୍ଜ୍ ଡି’ଆଫେୟାର୍ସଙ୍କୁ ମଧ୍ୟ ସମାନ ପ୍ରତିବାଦ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ, ଏହି ଘଟଣା ୧୯୯୧ର ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ସମ୍ପର୍କିତ ଚୁକ୍ତିର ଧାରା ୧୦ ସହ ଜଡ଼ିତ ପ୍ରସଙ୍ଗ । ଭବିଷ୍ୟତରେ ଏଭଳି ଘଟଣା ଯେପରି ପୁଣି ନଘଟେ, ସେଥିପାଇଁ ସାମରିକ ୟୁନିଟ୍ଗୁଡ଼ିକୁ ଆବଶ୍ୟକ ସତର୍କତା ଓ ଚୁକ୍ତିର ବ୍ୟବସ୍ଥା ପାଳନ କରିବାକୁ ଭାରତ କହିଛି । ଦୁଇ ଦେଶର ନୌସେନା ଜାହାଜ ମଧ୍ୟରେ ଏପରି ଧକ୍କା ହେବା ଘଟଣାଟି କୂଟନୈତିକ ସ୍ତରରେ ପହଞ୍ଚିଛି। ଭାରତ ପକ୍ଷରୁ ପ୍ରତିବାଦ ଜଣାଇ ଭବିଷ୍ୟତରେ ଏଭଳି ଘଟଣା ଏଡ଼ାଇବା ପାଇଁ ନିୟମ ଓ ଚୁକ୍ତିର ସମ୍ମାନ ଉପରେ ଜୋର ଦିଆଯାଇଛି ।