Accident

ଭିନ୍ନ ଭିନ୍ନ ଦୁର୍ଘଟଣାରେ ଦୁଇ ଗୁରୁତର

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ବହଳଦା- ଟାଟା ରୋଡ ନିମଡିହି ଛକରେ ଗତକାଲି ରାତ୍ରୀରେ  ଦୃତ ଗତିରେ ଏକ ବାଇକ୍ ରାସ୍ତାରେ ଯାଉଥିବା ବାଛୁରିକୁ ଧକ୍କା ଦେଇ ରାସ୍ତାରେ ଛିଟିକି ପଡ଼ିଥିଲା । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ଚାଳକ ଙ୍କ  ପରିଚୟ ମିଳି ନାହିଁ ‌l ତାଙ୍କର ମୁଣ୍ଡ, କାନ ମାଡ଼ ହୋଇଛି ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ।
ଅପରପକ୍ଷରେ ଦୁର୍ଘଟଣା ରେ ବାଛୁରି  ମଧ୍ଯ ଗୁରୁତର ଆହତ ହୋଇଅଛି ।  ବହଳଦା ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସେହିପରି ଅନ୍ୟ ଏକ ଘଟଣାକ୍ରମେ ଵହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର – ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣୀ – ବାସିଙ୍ଗୀ ମଝିରାସ୍ତା ତିତିଲି ଢ଼ାବା ନିକଟରେ କାର୍ କୁ ସାମନାପଟୁ ଏକ ଦୃତଗାମୀ ଟ୍ରକ ଧକ୍କା ଦେଇଥିଲା l ଫଳରେ  କାର ଚାଳକ ଗୁରୁତର ହେବା ସହ କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର  ହୋଇଅଛି। ଖବର ନେବରୁ ଜଣାପଡିଅଛି ଯେ   ‌ତିରିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ନନ୍ଦ  ଗଣେଶ ପୂଜା ଉପଲକ୍ଷେ  ନିଜ ଘର ରାଇରଙ୍ଗପୁର ରୁ ତିରିଂ ସ୍କୁଲ ଅଭିମୁଖେ ନିଜେ କାର ଚଳାଇ  ଯାଉଥିବାବେଳେ କାଦୁଆଣି ପାଖରେ ଭୟଙ୍କର ଦୁର୍ଘଟଣାରେ ଶିକାର ହୋଇଥିଲେ  ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ ।
ତାଙ୍କର ଡାହାଣ ଗୋଡ ଓ ହାତ ଭାଙ୍ଗି ଯାଇଛି ।ଗୁରୁତର ଯୋଗୁଁ ତାଙ୍କୁ ଭୂବନେଶ୍ବର କିମସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ସାର୍ ଜଣେ ପରୋପକାରୀ, ମେଳାପି,ଅମାୟିକ, ଛାତ୍ରଵତ୍ସଳ ।ଖବର ପାଇ ତାଙ୍କର ଶୁଭେଛୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ତାଙ୍କ  ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ଓ ବୁଝିବା ସହ  ଆଶୁ ଆରୋଗ୍ୟ କାମନା କରିଥିଲେ ।ଵହଳଦା ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି l