IMG 20260914 WA0202

 କାଶୀଆବେଡା ରାଜସ୍ବ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ାସାହିରେ ବିଦ୍ୟୁତ ସଂଯୋଗ ଓ ରାସ୍ତା ତିଆରି ଦାବି

ରାଜ୍ୟ
  • ମାସେ ସୁଦ୍ଧା ଦାବି ପୂରଣ ନହେଲେ ଜନଆନ୍ଦୋଳନ ଚେତାବନୀ
ବାରିପଦା :  ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ର  ଧାଙ୍ଗଡ଼ିମୁତା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାସିଆବେଡ଼ା ରାଜସ୍ୱ ଗ୍ରାମର ତାବୋଡ଼ଗଡ଼ା–ଗୋଡ଼ା ହାମ୍ଲେଟ୍‌ରେ ୧୪ରୁ ଅଧିକ ଆଦିବାସୀ ପରିବାର ଦୀର୍ଘଦିନ ଧରି ବିଦ୍ୟୁତ ଓ ଉନ୍ନତ ରାସ୍ତା ସୁବିଧାରୁ ବଞ୍ଚିତ ଅଛନ୍ତି। ସମସ୍ୟା ସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଏହାସହ ସମ୍ପୃକ୍ତ ବିଦ୍ୟୁତ ଓ ପ୍ରଶାସନିକ ବିଭାଗର ଅଧିକାରୀଙ୍କ ନିକଟରେ ଶୀଘ୍ର ବିଦ୍ୟୁତ ସଂଯୋଗ ଓ ରାସ୍ତା ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି।
ଗ୍ରାମବାସୀଙ୍କ କହିବା  ଅନୁଯାୟୀ ଏନେଇ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇନାହିଁ। ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଓ କୃଷିକାର୍ଯ୍ୟ ପ୍ରଭାବିତ ହେଉଛି। ଏକ ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆ ନଗଲେ ଗ୍ରାମବାସୀଙ୍କ ସହ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଜନଆନ୍ଦୋଳନ କରାଯିବ ବୋଲି ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଚେତାବନୀ ଦେଇଛନ୍ତି।