WhatsApp Image 2026 09 13 at 7.55.16 PM (1)

ରଘୁନାଥପୁର ସତ୍‌ସତଙ୍ଗ ପ୍ରାର୍ଥନା ଗୃହରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ଭାଦ୍ରବ ପରିକ୍ରମା ଦିବସ

ରାଜ୍ୟ

ବାରିପଦା: ରବିବାର ଦିନ ବାରିପଦା ସ୍ଥିତ ରଘୁନାଥପୁର ଠାରେ ପ୍ରର୍ଥନା ଗୃହରେ ସ୍ଥାନୀୟ ସହପ୍ରତିରିତିକ୍ ରବିନ୍ଦ୍ରନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଠାକୁରଙ୍କ ସତ୍‌ସଙ୍ଗ ପରିପାଳିତ ହୋଇଯାଇଅଛି । ଉକ୍ତ ସଦ୍‌ସଙ୍ଗରେ ବାରିପଦା ସହର ଓ ଆଖା ପାଖ ଏବଂ ବେତନଟୀ ଅଞ୍ଚଳର ପ୍ରାୟ ୪୫୦ ରୁ ଉର୍ଦ୍ଧ ଭକ୍ତବୃନ୍ଦ ଉପସ୍ଥିତ ରହି ଉତ୍ସବକୁ ପରିପାଳିତ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଶ୍ରୀ ଠାକୁରଙ୍କର ପବିତ୍ର ଗ୍ରନ୍ଥ ସତ୍ୟାନୁସରଣ ପାଠ ଗୁରୁଭ୍ରାତା ସୁଦାମ ପାଲ୍ ଏବଂ ନାରୀର ନିତୀ ପାଠ ଯାଜକ ଶ୍ରୀ ଦେବାନନ୍ଦ ବେହେରା ପାଠ କରିଥିଲେ ।

ପ୍ରାରମ୍ଭିକ ସୂଚନା ଯାଜକ ଶ୍ରୀ ଦେବାନନ୍ଦ ଦାସ ଶ୍ରୀ ଶ୍ରୀ ଠାକୁରଙ୍କର ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍‌ପରେ ଡାକ୍ତର ଯାଜକ ଡ. ବିରେଶ୍ୱର ଜ୍ୟୋତିଷ ଶ୍ରୀ ଶ୍ରୀ ଠାକୁରଙ୍କ ଜନ୍ମ ବାଲ୍ୟଲିଳା ବିଷୟରେ ଆଲୋଚନା କରିଥିଲେ । ଏହା ବ୍ୟତିତ ଭଜନ ସମାରୋହର ମୁଖ୍ୟାଂଶରେ ଶ୍ରୀ ଶ୍ରୀ ଠାକୁରଙ୍କର ସହପ୍ରତିରିତିକ୍ ମୁକ୍ତିକାନ୍ତ ନାଏକ, ସହପ୍ରତିରିତିକ ଶ୍ରୀଯୁକ୍ତ ବିଜ୍ଞାନ ଭୂଷଣ ମହାପାତ୍ର, ବେତନଟୀରୁ ଆଗତ ସୁଦିପ୍ତ କୁମାର ସାମଲ, ବାରିପଦାର ରାଧାକାନ୍ତ ପ୍ରଧାନ, ଯତିନ୍ ଦାସ ପ୍ରମୁଖ ରହି ସଂଗୀତାଞ୍ଜଳି ଦ୍ୱାରା ସୁନ୍ଦର ଓ ମଧୁମୟ କରିଥିଲେ । ସର୍ବ ଶେଷରେ ବେତନଟୀ ସତ୍‌ସଙ୍ଗ ବିହାରର ଭାରପ୍ରାପ୍ତ ଅଧିକାରୀ ତଥା ଶ୍ରୀ ଶ୍ରୀ ଠାକୁରଙ୍କ ସହ ପ୍ରତିରିତିକ ଶ୍ରୀଯୁକ୍ତ ଖଗେନ୍ଦ୍ରନାଥ ସାହୁ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶ, ଆଗମନ, ଧରାଧାମକୁ ଆସି ମାନବ ସମାଜକୁ ପଥପ୍ରଦର୍ଶନ ସମ୍ପର୍କିତ ଏବଂ ଅସଜଡା ମାନବ ଜୀବନକୁ ସଜାଡିବାର କୌଶଳ ସମ୍ପର୍କିତ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଉକ୍ତ ସତ୍‌ସଙ୍ଗରେ ଆନନ୍ଦ ବଜାର, ପରିଚାଳନା ସାଜସଜ୍ୱା ତଥା ବ୍ୟବସ୍ଥା ଦାୟିତ୍ୱରେ ଶ୍ରୀ ଜୟନ୍ତ କୁମାର ସିଂ, ପ୍ରାନ୍ତ କୁମାର ସିଂ, ତପନ ମହାପାତ୍ର, ମନରଞ୍ଜନ ସାହୁ, ଦେବାନନ୍ଦ ବେହେରା, କୁମୁଦ ରଞ୍ଜନ ମିଶ୍ର, ସରୋଜ ଖୁଣ୍ଟିଆ, ରାଜା, ଦେବାନନ୍ଦ ଦାସ, ମୁନା, ଦିଲ୍ଲୀପ ବେହେରା ଇତ୍ୟାଦି ମୁଖ୍ୟାଂଶରେ ରହି ଉକ୍ତ ସତ୍‌ସଙ୍ଗକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଉକ୍ତ ସତ୍‌ସଙ୍ଗରେ ଡ.ଅସୀମ କୁମାର ଚକ୍ରବର୍ତ୍ତୀ ମୁଖ୍ୟପୁରୋଧା ଥିଲେ ।