ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ l ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହ ଛକ ଠାରେ ରାସ୍ତା ଉପରେ ଆଜି ପୂର୍ବାହ୍ନ ସମୟରେ ସ୍ତ୍ରୀ ର ଗଳା କାଟି ହତ୍ୟା କଲା ସ୍ୱାମୀ l ଉକ୍ତ ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା l ଗାଡି ମୋଟର ସାଙ୍ଗକୁ ଲୋକମାନଙ୍କର ଯାତାୟତ ସବୁବେଳେ ଲାଗିରହିଥାଏ l ତଥାପି ଏହି ରାସ୍ତା ଉପରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ l ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଗଉଡୁଣିଡୁବା ଗ୍ରାମର କଟିଆ ନାୟକ ଏବଂ ସ୍ତ୍ରୀ ସୁକାନ୍ତି ନାୟକ ଉଭୟ ରାସ୍ତା କଡ଼ରେ ବସି କଥାବାର୍ତ୍ତା ହେଉଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ କଟିଆ ଏଜ ଧାରୁଆ ଅସ୍ତ୍ରରେ ସୁକାନ୍ତି ର ବେକକୁ କାଟିଦେଇଥିଲା l ଫଳରେ ସୁକାନ୍ତି ନିଜ ଜୀବନ କୁ ବଞ୍ଚାଇବାପାଇଁ ସେଠାରୁ ଦୌଡ଼ି ପଳାଇଥିଲା l ସ୍ଥାନୀୟ ଲୋକମାନଙ୍କର ସହାୟତାରେ ତାକୁ ପିଆରଏମ ମେଡିକାଲ କୁ ଚିକିତ୍ସା ପାଇଁ ନିଆଯାଇଥିଲା l ମାତ୍ର ପ୍ରଚୁର ରକ୍ତସ୍ରାବ ଯୋଗୁଁ ରାସ୍ତାରେ ତାର ମୃତ୍ୟୁ ଘଟିଥିଲା l ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ କଟିଆ ନାୟକ କୁ ଗିରଫ କରିବା ସହ ମୃତକର ଶବ କୁ ଜବତ କରି ବ୍ୟବଛେଦ କରାଇଛି l
ସେହିପରି ଅନ୍ୟ ଏକ ଘଟଣା କ୍ରମେ ମୋରଡ଼ା ଥାନା ଅନ୍ତର୍ଗତ ଟିଆଁସି ଗ୍ରାମରେ ଖଣ୍ଡିଏ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ହତ୍ୟା l ଉକ୍ତ ଗ୍ରାମର ଅନ୍ତ ନାୟକ ଙ୍କୁ ପ୍ରତିଦିନ ଧିରେନ ନାୟକ ଧମକ ଚମକ ଦେଇ ତାଙ୍କ ଠାରୁ ପାନ ଖାଏ l ଗତକାଲି ରାତ୍ରୀରେ ଧିରେନ ଅନ୍ତ ଙ୍କୁ ପାନ ମାଗିଥିଲା l ମାତ୍ର ତାଙ୍କ ପାଖରେ ପାନ ନଥିବାରୁ ସିଏ ମନା କରିଥିଲେ l ଏଥିରେ ଉତ୍ୟକ୍ତ ହୋଇ ଧିରେନ ଏଜ ଠେଙ୍ଗା ରେ ତାଙ୍କୁ ପିଟିଥିଲା l ଅନ୍ତ ଙ୍କ ସ୍ତ୍ରୀ ବିଳାସୀ ସ୍ୱାମୀ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ଯ ଧିରେନ ଆକ୍ରମଣ କରିଥିଲା l ଫଳରେ ଘଟଣା ସ୍ଥଳରେ ବିଳାସୀ ଙ୍କ ମୃତ୍ୟୁ ଘଟିଥିଲା l ଠେଙ୍ଗା ମାଡ଼ରେ ଅନ୍ତଙ୍କର ହାତ ଭାଙ୍ଗିବା ସହିତ ଗୁରୁତର ଆହତ ହୋଇଛନ୍ତି l ଘଟଣା ଘଟାଇ ଅଭିଯୁକ୍ତ ଧିରେନ ଫେରାର ହୋଇଯାଇଛି l ପୋଲିସ ଘଟଣା ର ତଦନ୍ତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଅଛି l
