Trump venezuela 750x430 1 300x172

କମିବ ପେଟ୍ରୋଲ ଓ ଡିଜେଲ ଦର, କ୍ରୁଡ୍ ଅଏଲ ଦାମ୍ କମାଇବାକୁ ଟ୍ରମ୍ପଙ୍କ ପ୍ରତିଶ୍ରୁତି

ଦେଶ - ବିଦେଶ

ନୂଅଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ଦରକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଦିନରେ କ୍ରୁଡ୍ ଅଏଲ୍ ଦର ହ୍ରାସ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି । ଯଦି ତେଲ ଦର ଟ୍ରମ୍ପଙ୍କ ଯୋଜନା ଅନୁଯାୟୀ କମେ, ତେବେ ଏହାର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦର ଉପରେ ମଧ୍ୟ ପଡ଼ିପାରେ ।

ମଙ୍ଗଳବାର ଆମେରିକାର ହୋଲସେଲ୍ RBOB ଗ୍ୟାସୋଲିନର ଦର ପ୍ରତି ଗ୍ୟାଲନ୍ ୩.୨୨ ଡଲାର ରହିଥିବା ବେଳେ ହୋଲସେଲ୍ ହିଟିଂ ଅଏଲର ଦର ପ୍ରତି ଗ୍ୟାଲନ୍ ୪.୬୭ ଡଲାର ରହିଛି । ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ ଯୁଦ୍ଧରେ ଆମେରିକା ବିଜୟୀ ହେବା ପରେ ତେଲ ଦର ଦ୍ରୁତ ଭାବେ ହ୍ରାସ ପାଇବ । ତାଙ୍କ ଦାବି ଅନୁସାରେ ପେଟ୍ରୋଲିୟମ୍ ଦର ପ୍ରତି ଗ୍ୟାଲନ୍ ୩ ଡଲାର ପର୍ଯ୍ୟନ୍ତ ଆସିପାରେ ଏବଂ ପରେ ଏହା ୨ ଡଲାରରୁ ମଧ୍ୟ କମ୍ ହୋଇପାରେ ।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ଏହି ପରିବର୍ତ୍ତନ ବହୁତ ଶୀଘ୍ର ଘଟିବ । ସେହି ସହ ଇରାନ କେବେ ବି ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ ବୋଲି ସେ ଦାବି କରିଛନ୍ତି । କ୍ରୁଡ୍ ଅଏଲ୍ ଦର ଯଦି ୫୦ ପ୍ରତିଶତ କମିଯାଏ, ତେବେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୫୦ ପ୍ରତିଶତ କମିଯିବ ?

ବାସ୍ତବରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କେବଳ କ୍ରୁଡ୍ ଅଏଲ୍ର ମୂଲ୍ୟ ଉପରେ ନିର୍ଭର କରେ ନାହିଁ । ଏଥିରେ ରିଫାଇନିଂ ଖର୍ଚ୍ଚ, ଟ୍ୟାକ୍ସ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ରହିଥାଏ । ତେଣୁ କ୍ରୁଡ୍ ଅଏଲ୍ ଦରରେ ବଡ଼ ହ୍ରାସ ହେଲେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ସେହି ଅନୁପାତରେ କମିବା ନିଶ୍ଚିତ ନୁହେଁ । ଟ୍ରମ୍ପ ଲଗାତାର ଦାବି କରିଆସୁଛନ୍ତି ଯେ, ହର୍ମୁଜ ଷ୍ଟ୍ରେଟ୍ ଉପରେ ଏବେ ଆମେରିକାର ନିୟନ୍ତ୍ରଣ ରହିଛି ।

ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (CENTCOM) ଅନୁଯାୟୀ, ଇରାନ ବିରୋଧରେ ଆମେରିକାର ପ୍ରତିବନ୍ଧକୁ ଲାଗୁ କରିବା ପାଇଁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଆମେରିକୀୟ ସେନା ୯୪ଟି ବାଣିଜ୍ୟିକ ଜାହାଜର ରୁଟ୍ ବଦଳାଇଛି । ଏହା ସହିତ ୩ଟି ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଏବଂ ୨ଟି ଜାହାଜ ଉପରେ ନିୟନ୍ତ୍ରଣ ନିଆଯାଇଥିବା CENTCOM ପକ୍ଷରୁ କୁହାଯାଇଛି ।