WhatsApp Image 2026 09 06 at 14.13.01 1024x536

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ତେଣ୍ଟାରେ ଭୁଷି ହତ୍ୟା କଲା ସ୍ଵାମୀ

ରାଜ୍ୟ

ଜଗତସିଂହପୁର: ଜଗତସିଂହପୁର ଥାନା ଅଧିନ ଯକୋଟି ପଞ୍ଚାୟତ ବଳରାମପୁର ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ବାଦଲ ଓରଫ ଦିଗମ୍ବର ସ୍ୱାଇଁ ନିଜ ସ୍ତ୍ରୀ ପୁଷ୍ପାଲତା ସ୍ବାଇଁଙ୍କ ବେକକୁ ତେଣ୍ଟାରେ ଭୁସି ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲା। ଗ୍ରାମବାସୀ ତାକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ।

ଖବର ପାଇ ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଜଗତସିଂହପୁର ହସ୍ପିଟାଲରେ ରଖିଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ୱାମୀ ବାଦଲ ଓରଫ ଦିଗମ୍ବର ସ୍ୱାଇଁକୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ସ୍ତ୍ରୀ ପୁଷ୍ପାଲତାଙ୍କୁ ମଦ ପିଇବା ପାଇଁ ସୁଭଦ୍ରା ଟଙ୍କା ମାଗିଥିଲା ବାଦଲ । ହେଲେ ସେ ଟଙ୍କା ଦେବାକୁ ରାଜି ନହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ବାଦଲ ତାଙ୍କୁ ତେଣ୍ଟାରେ ଭୁସି ହତ୍ୟା କରିଥିବାର ପୋଲିସ ଆଗରେ ସ୍ୱୀକାର କରିଥିବାର ପୁଲିସ କହିଛି ।