ବାରିପଦା : ପାରିବାରିକ କଳହର କରୁଣ ପରିସ୍ଥିତି l ମା ର ତଣ୍ଟିଚିପି ହତ୍ୟା କଲା ପୁଅ l ଏହିଭଳି ଏକ ଦୁଖଃଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବରଜପୁର ଗ୍ରାମରେ l ଉକ୍ତ ଗ୍ରାମର ଶ୍ରୀମତୀ ସିଂ ଙ୍କ ପରିବାର କହିଲେ ଦୁଇ ଝିଅ ଏବଂ ଚାରି ପୁଅ l ଝିଅ ଦୁଇଜଣ ବିବାହିତା l ଶ୍ରୀମତୀ ସିଂ ଚାରିପୁଅ ଙ୍କ ସହିତ ଚେନ୍ନାଇ ରେ ରହି କାମ କରନ୍ତି l
ନିକଟରେ ଶ୍ରୀମତୀ ସିଂ ତାଙ୍କ ଦ୍ୱିତୀୟ ପୁଅ କୁଇଁଆ ସିଂ (19) ସହିତ ନିଜ ଘର ବରଜପୁର କୁ ଆସିଥିଲେ l ଗତକାଲି ଗୁରୁବାର ରାତ୍ରିରେ କୌଣସି କଥାକୁ ନେଇ ମା ଏବଂ ପୁଅ ଙ୍କ ମଧ୍ୟରେ ଝଗଡା ହୋଇଥିଲା l ଏଥିରେ ପିଚାଶ ପୁଅ କୁଇଁଆ ସିଂ ମା ଶ୍ରୀମତୀ ସିଂ ର ବେକକୁ ଚିପି ହତ୍ୟା କରିଥିଲା l ଆଜି ସକାଳୁ ପାଖ ପଡୋଶୀ ଲୋକ ଏହା ଜାଣି ପୋଲିସ କୁ ଖବର ଦେଇଥିଲେ l ଏସଡ଼ିପିଓ ପ୍ରଭାତ ମଲିକ ଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଶବ କୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛିନ୍ତି l ଏ ବାବଦରେ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିକୁକ୍ତ କୁଇଁଆ ସିଂ କୁ ଗିରଫ କରାଯାଇଅଛି l
