Vigilance 1 1

ଲାଞ୍ଚ ମାମଲାରେ ତତ୍କାଳୀନ ଇଲେକ୍ଟ୍ରିକାଲ ଜୁନିଅର ଇଞ୍ଜିନିଅର ନିର୍ଦ୍ଦୋଶରେ ଖଲାସ

ରାଜ୍ୟ

ବାରିପଦା : ପ୍ରାପ୍ତ ତଥ୍ୟ ଅନୁଯାୟୀ 2020 ମସିହାରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଇଲେକ୍ଟ୍ରିକାଲ ଜୁନିଅର ଇଞ୍ଜିନିଅର ଅସ୍ୱିନୀ କୁମାର ଦାସ ଅଧିକାରୀ ଅଭିଯୋଗକାରୀ ଶିଶିର କୁମାର ନାୟକ ଙ୍କ ଠାରୁ ପ୍ରତିମାସ ଗାଡିଭଡା ବାବଦକୁ 1300 ଟଙ୍କା ଲାଞ୍ଚ ମାଗିଥିଲେ l ଏ ବାବଦରେ ଅଭିଯୋଗକାରୀ ବାଲେଶ୍ଵର ଭିଜିଲାନ୍ସ ଏସ ପି ଙ୍କ ନିକଟରେ ଅଭିଯୋଗ କରିଥିଲେ l

ଏ ବାବଦରେ ଭିଜିଲାନ୍ସ ରେ କେସ ନମ୍ବର 39/2020 ରେ ଏକ ମାମଲା ରୁଜୁ କରାଯାଇଥିଲା l ଅଶ୍ବିନୀ କୁମାର ଦାସ ଅଧିକାରୀ ନିଜ ଅଫିସ କାର୍ଯ୍ୟାଳୟରେ ଅଭିଯୋଗକାରୀ ଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ l ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଆଧାର କରି ଉକ୍ତ କେସ କୁ ବିଚାର କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପୂର୍ଣ୍ଣିମା ଜେନା ଆସାମୀ କୁ ନିର୍ଦୋଶ ରେ ଖଲାସ କରିବା ପାଇଁ ଆଦେଶନାମା ଜାରି କରିଛିନ୍ତି l ଉକ୍ତ କେସରେ ଆସାମୀ ପକ୍ଷରୁ ଆଇନଜୀବୀ କୈଳାସ ଚନ୍ଦ୍ର ସ ଓ଼ ରଘୁନାଥ ପ୍ରଧାନ ମାମଲା ପରିଚାଳନା କରୁଥିଲେ l