ବାରିପଦା : ଭିଜିଲାନ୍ସ ଜାଲରେ ବହଳଦା ସେଣ୍ଟ୍ରାଲ କୋଅପାରଟିଭ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦିଚେନ କୁମାର ମିଶ୍ର ଙ୍କ ସମେତ ଆସିଷ୍ଟାଣ୍ଟ ମ୍ୟାନେଜର ଗୌରବ କୁମାର ଦାସ l ତିରିଂ ଲ୍ୟାମ୍ପ 21 ଲକ୍ଷ 44 ହଜାର 370 ଟଙ୍କା ଲୋନ ଟଙ୍କା ବହଳଦା ସେଣ୍ଟ୍ରାଲ କୋଅପାରଟିଭି ବ୍ୟାଙ୍କ ରୁ ଲୋନ ବାବଦରେ ନେଇଥିଲା l ଉକ୍ତ ଟଙ୍କା ତିରିଂ ଲ୍ୟାମ୍ପ ତରଫରୁ ରୁଣ ଶୁଝିବା ବାବଦରେ ପେମେଣ୍ଟ କରାଯାଇଥିଲା ସେଣ୍ଟ୍ରାଲ କୋଅପାରଟିଭ ବ୍ୟାଙ୍କ କୁ l
ମାତ୍ର ଉକ୍ତ ଟଙ୍କା କୁ ତିରିଂ ଲ୍ୟାମ୍ପ ଆକାଉଣ୍ଟରେ ଜମା ନକରି ଉକ୍ତ ଦୂର ଅଧିକାରୀ ପୂର୍ବରୁ ଜାଲିଆତି କରି କରିଥିବା ଅନ୍ୟ ବାରଗୋଟି ଲୋନ ଆକାଉଣ୍ଟରେ ଜମା କରିଥିଲେ l ଏ ବାବଦରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯିବାପରେ ଉକ୍ତ ଦୁଇ ଅଭିଯୁକ୍ତ ଙ୍କ ନାମରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 19/1-9-2026 ରେ ମାମଲା ରୁଜୁ କରାଯାଇଅଛି l ପ୍ରକାଶ ଥାଉକି ଉକ୍ତ ଦୁଇ ଅଭିଯୁକ୍ତ ଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ରେ 64 ଲକ୍ଷ 42 ହଜାର 74 ଟଙ୍କା ବ୍ୟାଙ୍କ ର 24 ଜଣଙ୍କର ଫିକ୍ସଡ଼ ଡିପୋଜିଟ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଅଛି l
