ବାରିପଦା : ଵିଜାତଳା ବ୍ଳକର ଜଣାଶୁଣା ଖବର କାଗଜ ବିକ୍ରେତା ସୃଷ୍ଟିଧର ଗିରି(୬୫) ଗତକାଲି ଖବର କାଗଜ ବାଣ୍ଟିବାକୁ ଯାଉଥିବା ସମୟରେ ଆମଦାବେଡା – ନୁଆଗାଁ ପୋଲ ଉପରେ ପାରୋଉଥିବା ସମୟରେ ଉଛୁଳା ପାଣି ସୁଅରେ ଗତକାଲି ପୂର୍ବାହ୍ନ ୧୧ ଟା ପାଖାପାଖି ବେଳେ ଭାସି ଯାଇଥିଲେ ।ସ୍ଥାନୀୟ ଲୋକେ,ଅଗ୍ନିଶମ ବିଭାଗ ଏବଂ ପୋଲିସ ଖୋଜା ଖୋଜି କରି ନୟାନ୍ତ ହୋଇ ଯାଇଥିଲେ ।
ପରିବାରବର୍ଗ ଓ ଗ୍ରାମବାସୀ ,ସାମ୍ବାଦିକମାନେ ଚିନ୍ତିତ ଥିଲେ ।ଆଜି ପୁଣି ଅଗ୍ନିଶମ ବିଭାଗ,ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି କରି ମଧ୍ୟାହ୍ନରେ ସେହି ନାଳ ପୋଲ ତଳେ ଥିବା ପଥର ଖଞ୍ଜି ଓ ବୁର୍ଲାରେ ସୃଷ୍ଟିଧର ଗିରିର ମୃତଦେହ ଉଦ୍ଧାର କରିଥିଲେ ।ପରେ ଗୋରୁମହିଷାଣି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
