Chirag paswan 237x300

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ହତ୍ୟା ଧମକ

ଦେଶ - ବିଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ସଭାପତି ଚିରାଗ ପାଶୱାନଙ୍କୁ ହତ୍ୟା ଧମକ ମିଳିଛି । ଡାକ ଯୋଗେ କେହି ଜଣେ ଚିଠି ଲେଖି ଏହି ହତ୍ୟା ଧମକ ଦେଇଛି । ଏହି ବେନାମୀ ଚିଠିରେ ସିଧା ସଳଖ ଉଲ୍ଲେଖ ରହିଛି, ‘ତୁମକୁ ଖୁବ୍ ଶୀଘ୍ର ହାର୍ଡକୋର ଆତଙ୍କବାଦୀମାନେ ହତ୍ୟା କରିବେ ।’ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଏପରି ଧମକକୁ ଗୁରୁତ୍ୱର ସହ ନେଇଛି ତାଙ୍କ କାର୍ଯ୍ୟାଳୟ ।

ଶ୍ରୀ ପାଶୱାନଙ୍କ ଅଫିସ ପକ୍ଷରୁ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖାଯାଇ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ଚିଠି କିଏ ଲେଖିଛି, କେଉଁଠୁ ଆସିଛି, ଏବଂ ଏହି ଚିଠି ଲେଖିବା ପଛରେ କଣ ରହିଛି ଉଦ୍ଦେଶ୍ୟ, ତାହାର ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶୱାନଙ୍କୁ ଏବେ ‘ଜେଡ୍‌’ ସିକ୍ୟୁରିଟି ମିଳୁଛି ।