IMG 20260831 WA0213

ମୟୂରଭଂଜ ଜିଲ୍ଲାର ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ କଂଗ୍ରେସରେ ଯୋଗଦାନ

ରାଜ୍ୟ
ବାରିପଦା : ଆଗକୁ ପଞ୍ଚାୟତ  ଓ ପୌର ନିର୍ଵାଚନ ।ସବୁ ଦଳରେ ଉଷ୍ମତା ବୃଦ୍ଧି ପାଇଲାଣି ।ରାଜନେତାମାନେ ନିଜ ନିଜ ଭବିଷ୍ୟତ ନେଇ ଚିନ୍ତିତ ।ତେଣୁ ବେଳ ଥାଉଁ ଥାଉଁ ନିଜ  ରାଜନୈତିକ ଭବିଷ୍ୟତ କୁ ଗୁରୁତ୍ଵ  ଦେଵାପାଇଁ ପ୍ରୟାସ ଜାରି ରଖିଛନ୍ତି ।ମୟୂରଭଂଜ ଜିଲ୍ଲାର ସଂଗ୍ରାମୀ ଉଚ୍ଚ ଶିକ୍ଷିତ ପ୍ରାକ୍ତନ ବିଜେଡି ସାଂସଦ ଇଂ ରାମଚନ୍ଦ୍ର ହାଁସଦାଃ ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲାଜୀ,ପ୍ରାକ୍ତନ କଂଗ୍ରେସ ସଭାପତି ଜୟଦେବ ଜେନା,ପ୍ରାକ୍ତନ ମନ୍ତ୍ରୀ ସୁରେଶ ରାଉତରାୟ,ଏବଂ ବହୁ ରାଜ୍ୟ ଓ ମୟୂରଭଂଜ ଜିଲ୍ଲା କଂଗ୍ରେସ ନେତୃଵୃନ୍ଦଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ସହ  କଂଗ୍ରେସ ଦଳରେ ଯୋଗ ଦାନ କରିଛନ୍ତି ।
ରାମଚନ୍ଦ୍ର ହାଁସଦାଃ ଜଣେ ଲଢୁଆ ସଂଗ୍ରାମୀ ଆଦିବାସୀ ନେତା ।ସେ ପୂର୍ବରୁ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ପରେ ବିଜେଡି ତରଫରୁ ମୟୂରଭଂଜ ସାଂସଦ ଭାବେ ଦାୟିତ୍ଵ ନିଭାଇଛନ୍ତି । କୌଣସି ନା କୌଣସି କାରଣରୁ ବିଜେଡି ତାଙ୍କୁ ଟିକେଟ ଦେବା ବଞ୍ଚିତ  କରିଥିବାରୁ ସେ ଦିର୍ଘ ୭ ବର୍ଷ ହେଲା  ସେ ରାଜନୈତିକ ଭବିଷ୍ୟତ ନେଇ ଚିନ୍ତିତ ଥିଲେ ।ତାଙ୍କର ଦୂରଦୃଷ୍ଟି ଏବଂ ତାଙ୍କର ସମର୍ଥକ, ଶୁଭେଛୁ ମାନଙ୍କ ପରାମର୍ଶ ଓ ମତାମତ ନେଇ ସେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।କଂଗ୍ରେସ ଦଳ ଏକ ଜାତୀୟ ଦଳ ।ଭାରତ ସ୍ବାଧୀନତା ଏବଂ ଭାରତ ନିର୍ମାଣରେ କଂଗ୍ରେସ ଦଳର ଭୁମିକା, ଅବଦାନ ଓ ଅବର୍ଣ୍ଣନୀୟ କହିଥିଲେ ।ଏକ ଜାତୀୟ ଦଳରେ ସେ ଯୋଗଦାନ କରିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ।
ଦଳ ତାଙ୍କୁ ଯେଉଁ ଗୁରୁ ଦାୟିତ୍ଵ ଦେବ ସେ ତାକୁ ନିଷ୍ଠାର ସହ ତୁଲାଇବେ ‌ ।ମା’ ମାଟି, ମାନୁଷର ପାଇଁ ସେ  ସଂଗ୍ରାମ ଜାରି ରଖିବେ ।ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ସୁସଂଗଠିତ ଓ ସୁଦୃଢ କରିବାକୁ ପ୍ରାଥମିକତା ଦେବେ ।ମୟୂରଭଂଜ ଜିଲ୍ଲାର ସାମଗ୍ରିକ ଵିକାଶ ପାଇଁ ସେ ଲଢାଇ ଜାରି ରଖିବେ ବୋଲି ସିଏ ତାଙ୍କ ପ୍ରତିକ୍ରିଆରେ କହିଛନ୍ତି  ।