ASI arrested for taking bribe 750x430

୨୦ ହଜାର ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ରାଜ୍ୟ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଲହୁଣୀପଡ଼ା ଥାନାର ଜଣେ ASI ମଦନ ମୋହନ ପ୍ରଧାନଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକଙ୍କ ସହିତ ଜଣେ ଭୋଜନାଳୟ ମାଲିକଙ୍କଠାରୁ ୨୦,୦୦୦ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ପୂର୍ବ ଯୋଜନା ମୁତାବକ ASI ଏବଂ ସହଯୋଗୀ ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ଅଧିକାରୀ ମାନେ ଘଟଣାସ୍ଥଳରୁ ୨୦,୦୦୦ ଲାଞ୍ଚ ରାଶି ଜବତ କରିଥିଲେ।

ଏହି ଅଭିଯାନ ପରେ ASIଙ୍କ ଲହୁଣୀପଡ଼ାସ୍ଥିତ ସରକାରୀ କ୍ୱାର୍ଟର ତାଙ୍କ କାର୍ଯ୍ୟାଳୟ ଏବଂ ସୁନ୍ଦରଗଡ଼ ଜିଲ୍ଲାର ମହୁଲପଡ଼ା ଥାନା ସୀମା ଅନ୍ତର୍ଗତ ମହୁଲଡିହା ଗ୍ରାମରେ ଥିବା ତାଙ୍କ ପୈତୃକ ବାସଭବନରେ ଏକକାଳୀନ ତଲାସି କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇ ଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।