ବାରିପଦା : ଓଡ଼ିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ୬୫ତମ ବରିଷ୍ଠ ପୁରୁଷ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟାନସିପ “ସାହାଣୀ କପ” ସେପ୍ଟେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ଜଣାଇଛନ୍ତି I
ଏହି ଅବସରରେ ମୟୁରଭଞ୍ଜ ଦଳ ପାଇଁ ଚୟନ ପ୍ରକ୍ରିୟା ସେପ୍ଟେମ୍ବର ମାସ ୫ ତାରିଖରେ ବାରିପଦା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I
ଇଛୁକ ଖେଳାଳି ମାନେ ନିଜନିଜର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ ଓ ପାସପୋର୍ଟ ଫୋଟୋ ସହ ବାରିପଦା ଷ୍ଟାଡିୟମ ଅଫିସରେ ନାମ ପଞ୍ଜିକରଣ କରିପାରିବେ ଏବଂ ଏହି ଚୟନ ପ୍ରକ୍ରିୟା ପାଇଁ କୌଣସି ଗସ୍ତ ଖର୍ଚ୍ଚର ବ୍ୟବସ୍ଥା ନାହିଁ ବୋଲି ଫୁଟବଲ ସମ୍ପାଦକ ଅମର କୁମାର ସେଠିଙ୍କ ସୂତ୍ରରୁ ପ୍ରକାଶ I
