ବାରିପଦା : ମୟୂରଭଞ୍ଜ ଜିଲ୍ଲା ରେ ୨୦୦୪ ମସିହା ରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ଙ୍କ ପରିକଳ୍ପନା ରେ ଆରମ୍ଭ କରାଯାଇଥିବା ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ଚଳିତ ବର୍ଷ ୨୩ ବର୍ଷରେ ପଦାର୍ପଣ କରିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ରୁ ଆରମ୍ଭ କରାଯାଇଥିବା ଏହି ଅଭିନବ ଉଦ୍ୟମ ଆଜି ସାରା ଭାରତ ବର୍ଷ ର ଅନେକ ରାଜ୍ୟ ରେ ପାଳନ କରାଯାଉଛି। ଆଜି ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ସାରା ଭାରତ ବର୍ଷ ର ପରିବେଶ ସୁରକ୍ଷା କୁ ନେଇ କରାଯାଇଥିବା ଉଦ୍ୟମ ଗୁଡିକ ମଧ୍ୟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।
ଆଜି ମୟୂରଭଞ୍ଜ ଜିଲ୍ଲା ଶୂଳିଆପଦା ବ୍ଲକ ର ଦେଉଳି ସଂରକ୍ଷିତ ଜଙ୍ଗଲରେ ନିକଟସ୍ଥ ୨୦ରୁ ଉର୍ଦ୍ଧ ଗ୍ରାମର ୭୦୦ ରୁ ଉର୍ଦ୍ଧ ଜଙ୍ଗଲ ସୁରକ୍ଷା ପ୍ରତିନିଧି, ଗ୍ରାମବାସୀ,ପଞ୍ଚାୟତୀ ରାଜ ବ୍ୟବସ୍ଥା ର ପ୍ରତିନିଧି,ଜଙ୍ଗଲ ବିଭାଗ ର କର୍ମଚାରୀ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ମହାବିଦ୍ୟାଳୟ ର ଅଧ୍ୟାପକ ,ଛାତ୍ର ଛାତ୍ରୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ରହି ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ସହିତ ନିକଟସ୍ଥ ଗ୍ରାମ ବାସୀ ଓ ଜଙ୍ଗଲ ବିଭାଗ ର ମିଳିତ ଉଦ୍ୟମ ରେ ୬୦୦୦ ଏକର ପରିସୀମା ବିଶିଷ୍ଠ ଦେଉଳି ସଂରକ୍ଷିତ ଜଙ୍ଗଲ କୁ ସମ୍ପୂର୍ଣ ସୁରକ୍ଷା ଦେବାକୁ ଶପଥ ନେଇଥିଲେ। ଅତିଥି ମାନଙ୍କ ଦ୍ୱାରା ନିକଟସ୍ଥ ଜଙ୍ଗଲ ସୁରକ୍ଷା କମିଟି ମାନଙ୍କୁ ଦେଉଳି ସଂରକ୍ଷିତ ଜଙ୍ଗଲ ର ଧରମପୁରା ଗ୍ରାମ ଜଙ୍ଗଲ ସୁରକ୍ଷା କମିଟି, ସ୍ପାର୍ଡା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବାରିପଦା ବନଖଣ୍ଡ ର ମିଳିତ ଉଦ୍ୟମ ରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରୋଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ର ଉପ ନିର୍ଦେଶକ ସୁମିତ କୁମାର କର ମୁଖ୍ୟ ବକ୍ତା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ମୟୂରଭଞ୍ଜ ଦୀପକ କୁମାର ଗୋଛାୟତ ସମ୍ମାନିତ ଅତିଥି, ବାରିପଦା ବନଖଣ୍ଡ ,ଦେଉଳି ରେଞ୍ଜ ଅଫିସର ଜଗଦୀଶ କୁମାର ଦାସ, ମହାବିଲା ସରପଞ୍ଚ ଅନୁପ ସିଂ,କୃଷି ଶିଳ୍ପ ନିଗମ ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ସ୍ପାର୍ଡା ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କୋଷଧକ୍ଷ ସଞ୍ଜୟ ଦ୍ଵାରୀ,ମୋହନ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ଙ୍କ ସଂଯୋଜନା ରେ ଆୟୋଜିତ ଏହି ସଭାରେ ମନୋରଞ୍ଜନ ନାୟକ,ଯୋଗେନ୍ଦ୍ର ସି, ପରେଶ ସର୍ଦ୍ଦାର, ଶତ୍ରୁଘନ ସର୍ଦ୍ଦାର, ଭଗବାନ ସର୍ଦ୍ଦାର, ଶଙ୍କର ମହାନ୍ତ, ଜନ୍ମେଜୟ ମହାନ୍ତ,ହରେନ୍ଦ୍ର ମହାନ୍ତ, ମୋହନ ମାର୍ଣ୍ଡି,ଜୟନ୍ତ ସର୍ଦ୍ଦାର,ଶ୍ରୀକାନ୍ତ ସର୍ଦ୍ଦାର,ଉପେନ୍ଦ୍ର ପ୍ରଧାନ,କୃଷ୍ଣ ଚନ୍ଦ୍ର ଦଲନାଇକ, ବାବୁଲୁ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
