ବାରିପଦା : କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଙ୍କ ନେତୃତ୍ୱରେ ବିଗତ ଅନେକ ଦିନରୁ କୁଡୁମୀ ସେନା ପକ୍ଷରୁ ଆନ୍ଦୋଳନ ଜାରି ରହିଛି।ଏହି କ୍ରମରେ ଜୈମୁନି କୁମାର ମହାନ୍ତ ଙ୍କ ଆହ୍ବାନ କ୍ରମେ ଆସନ୍ତା ସେପ୍ଟେମ୍ବର ୬ ତାରିଖ କୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କଳା ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଏଠାରେ ସ୍ମରଣଯୋଗ୍ୟ ଯେ ଗତ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ରେ କୁଡୁମୀ ଜାତିକୁ ଆଦିବାସୀ (ଏସ୍ ଟି) ବର୍ଗରୁ ବାଦ୍ ଦିଆଯାଇଥିଲା।କୁଡୁମୀ ଜାତି ପ୍ରତି ହେଇଥିବା ଉକ୍ତ ଐତିହାସିକ ଅନ୍ୟାୟ ପ୍ରତିବାଦ ରେ ସେପ୍ଟେମ୍ବର ୬ ତାରିଖ କୁ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ପଲ୍ଲୀ ରୁ ଦିଲ୍ଲୀ ର ଜନ୍ତର ମନ୍ତର ଠାରେ କଳା ଦିବସ ରୂପେ ପାଳନ କରିବା ପାଇଁ କୁଡ଼ୁମୀ ସେନାର ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଆହ୍ବାନ ଦେଇଛନ୍ତି ଏବଂ ୫ ତାରିଖ ଦିନ ବାରିପଦା ରେ ମଶାଲ ଶୋଭାଯାତ୍ରା ହେବାର ସ୍ଥିରୀକୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାରିପଦା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି ।
ଜୈମୁନୀ କୁମାର ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ରେ ବେଙ୍ଗଲ କୁଡୁମୀ ସମାଜ ର କୌଶିକ ବଂଶୀୟାର ଓ କୁଡୁମୀ ସେନା ର ଡମ୍ବରୁ ମହାନ୍ତ, ବିବେକା ମହାନ୍ତ, ସାଇରାମ୍,ବିଶ୍ଵନାଥ,ମାନଗୋବିନ୍ଦ,ବିନ୍ଦ୍ର,ଲୋକନାଥ,କ୍ଷେତ୍ରମୋହନ,ଚନ୍ ଦ୍ର ଭାନୁ ମହାନ୍ତ କୁଡୁମୀ ଛାତ୍ର ସେନା ମୋନଜ,ଲିପୁନ, ଦେବବ୍ରତ, ଯଶବନ୍ତ, ତପନ, ସମୀର, ଶିବଶଙ୍କର ମହାନ୍ତ,କୁଡୁମୀ ମହିଳା ସେନା ର ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ,ଗୀତାଞ୍ଜଳି ମହାନ୍ତ, ଶାନ୍ତି ମହାନ୍ତ, ଅହଲ୍ୟା ମହାନ୍ତ ଓ କୁଡୁମୀ ସେନା ର ପରାମର୍ଶଦାତା ଭାବେ ସୁବାସ ସାର, ପ୍ରେମଚାନ୍ଦ ସାର,ଲଷ୍ମୀଧର ମହାନ୍ତ, ତୁଳସୀ ମହାନ୍ତ,ରାଜାରାମ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
