IMG 20260822 WA0294

ପାଖଣାପାଟ ପୀଠରେ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ଜାମଦା ବ୍ଳକର କଇଁପୁର‌ଗ୍ରାମ ନିକଟ  ପାଖଣାପାଟ ପର୍ବତ ଶିଖରରେ  ଶ୍ରୀ ଶ୍ରୀ ବାବା ନୃସିଂହନାଥ ଙ୍କ ପୂଜାର୍ଚାନା ଯଥା  ପ୍ରସିଦ୍ଧ  ଯାନ୍ତାଳ ମେଳା ଆସନ୍ତା ସେପ୍ଟେମ୍ବର ୨୨/୨୩/୨୪ ତାରିଖ ଦିନ ଅନୁଷ୍ଠିତ ହେବ ।ଏଥିପାଇଁ ଚଳିତ ବର୍ଷ ପାଇଁ ସ୍ଥାନୀୟ ଶ୍ରମିକ ଯୁବକ ସଂଘ ଆନୁକୁଲ୍ୟରେ ଏହି ଯାନ୍ତାଳ ମେଳା ପାଇଁ ସର୍ଵସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଛି ।ଏଥିରେ ନୂତନ ସଭାପତି ଭାବେ  ମନୋରଞ୍ଜନ ମଣ୍ଡଳ, ସଂପାଦକ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ଉପସଭାପତି ଦୁର୍ଗା ଟୁଡୁ ଏବଂ ସହ ସଂପାଦକ ଭାବେ ହରି  ସୋରେନ କୁ ମନୋନିତ କରାଯାଇଛି ।
ଏହି ଯାନ୍ତାଳ ମେଳା କୁ ପଡୋଶୀ ଝାଡଖଣ୍ଡ, ପଶ୍ଚିମଙ୍ଗ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର  ମାନସିକ ନଗରୀ ଆସି ପୂଜାର୍ଚ୍ଚନା କରି ବାବା ନୃସିଂହନାଥ ଙ୍କ ଆଶୀର୍ବାଦ ନେଇଥାନ୍ତି ।ଆସ୍ଥା ଓ ବିଶ୍ବାସ ଅଛି ମାନସିକଧାରୀ ଙ୍କ ମନସ୍କାମନାକୁ ବାବା ନୃସିଂହନାଥ ପୁରଣ କରିଥାନ୍ତି ।କମିଟିର ନୂତନ ସଭାପତି ମନୋଜ ମଣ୍ଡଳ କହିଛନ୍ତି କମିଟି ତାଙ୍କୁ ଯେଉଁ ଗୁରୁ ଦାୟିତ୍ବ ଦେଇଛି ସେ ତାହାକୁ ନିଷ୍ଠାର ସହ ଦାୟିତ୍ବ  ତୁଲାଇବେ  । ଶାନ୍ତି ଶୃଙ୍ଖଳାରେ  ଦର୍ଶକ,ପର୍ଯ୍ଯଟକ, ଶ୍ରଦ୍ଧାଳୁ, ମାନସିକଧାରୀ ଯେମିତି ଖୁସିରେ  ଆସି ପୂଜାର୍ଚ୍ଚନା ସହ ଶାନ୍ତିରେ ଘରକୁ ଫେରନ୍ତୁ ସେଥିପାଇଁ କମିଟି ଏଵଂ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି ।