Thana b (1)

ନିଶା ଚକୋଲେଟ ଖୁଆଇ ତିନି ନାବାଳିକାଙ୍କୁ ସ୍କୁଲ ଯିବା ବାଟରୁ ଅପହରଣ ଉଦ୍ୟମ

ରାଜ୍ୟ
 ବାରିପଦା : ଆଜି ବୁଧବାର ଦିନ ପୂର୍ବାହ୍ନ ପ୍ରାୟ ସାଢେ଼ ୯ଟା ବେଳେ ନିଜ ଘରୁ ବହିଵସ୍ତାନୀ ଧରି ସ୍କୁଲକୁ ଯାଉଥିବା ତିନି ଜଣ କୋମଳମତି ନାବାଳିକାଙ୍କୁ ନିଶା ମିଶ୍ରିତ ଚକୋଲେଟ ଜୋର ଜବରଦସ୍ତ ଖୁଆଇ ଅପହରଣ ଉଦ୍ୟମ କରାଯିବା ଓ ଧଳା ରଙ୍ଗର ସ୍କୁଟି ଚଢି ଅପହରଣ ଉଦ୍ୟମ କରିଥିବା ତିନି ଜଣ ଅଜଣା ଯୁବକ ଘଟଣାସ୍ଥଳରୁ ଛୁ’ ମାରିବା ଭଳି ଘଟଣା ସ୍ଥାନୀୟ ଇଲାକାରେ ଚର୍ଚ୍ଚାର ବିଷୟ ହୋଇଛି ।
ଏଭଳି ଅଭାବନୀୟ ଘଟଣା ଘଟିଛି ଵହଳଦା ବ୍ଲକ ଓ ତିରି° ଥାନା ଅନ୍ତର୍ଗତ ବଡପଳସା ପଞ୍ଚାୟତ ର ଵୁରୁପଳସା ଗ୍ରାମରେ । ଖବର ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ନ’ଟା ବେଳେ ଗ୍ରାମର ତିନି  ନାବାଳିକା ଛାତ୍ରୀ ଘରୁ ବୁରୁପଳସା ପ୍ରାଥମିକ ସ୍କୁଲକୁ ଯାଉଥିଲେ । ତେବେ ବାଟରେ ଆକସ୍ମିକ ରୂପେ ଏକ ଧଳା ରଙ୍ଗର ସ୍କୁଟିରେ ଚଢି ଆସିଥିବା ତିନି ଜଣ ଅଜଣା ଯୁବକ ଉକ୍ତ ତିନିଜଣ ନାବାଳିକାଙ୍କୁ ରାସ୍ତାରେ ଅଟକାଇ ନିଶା ମିଶ୍ରିତ ଚକୋଲେଟ ଖାଇବାକୁ ଜୋର କରିଥିଲେ । ତେବେ ପ୍ରଥମ ଶ୍ରେଣୀରେ ପଢୁଥିବା ପ୍ରାୟ ୬ ବର୍ଷୀୟା ବାଳିକା ଜଣଙ୍କ ଏବଂ ୫ମ ଶ୍ରେଣୀରେ ପଢ଼ୁଥିବା ୧୧/୧୨ ବର୍ଷର ଅନ୍ୟ ଦୁଇ ଛାତ୍ରୀ ଅଜଣା ଅପରିଚିତ ଲୋକଙ୍କ ନିକଟରୁ ଚକୋଲେଟ ଖାଇବାକୁ ମନା କରିଥିଲେ । ତେବେ ଉକ୍ତ ତିନିଜଣ ଅଜଣା ଅଚିହ୍ନା ଯୁବକ ଉକ୍ତ ତିନିଜଣ ନାବାଳିକାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଜୋର ଜବରଦସ୍ତ ପିଲାଙ୍କୁ ଚକୋଲେଟ ଖୁଆଇ ଦେଇଥିଲେ । ଉକ୍ତ ତିନି ଦୁବୃର୍ତ୍ତ ଏଭଳି ଜୋର କରି ପିଲାଙ୍କ ମୁହଁରେ ଚକୋଲେଟ ଭର୍ତ୍ତି କରି ଦେଇଥିଲେ ଯେ,ଏଭଳି ବଳପୂର୍ବକ ଖୁଆଇବା ଘଟଣାରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକଙ୍କ ଗୋଟିଏ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ତେବେ ତିନି ଛାତ୍ରୀ ଅପହରଣକାରୀ ଙ୍କ କଵଜାରୁ ମୁକୁଳି ସ୍କୁଲ ପହଞ୍ଚି ଥିଲେ ।
ତେବେ ବାଟରେ ଘଟିଥିଵା ଅଭାବନୀୟ ଘଟଣା ନେଇ କିଛି ସୂଚନା ଦେଇ ନଥିଲେ । ତେବେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଦିନ ପ୍ରାୟ ୧୧ ଟା ୧୦ ମିନିଟରେ ଉକ୍ତ ଛାତ୍ରୀ ମାନେ ଝାଳନାଳ ହୋଇଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଆରମ୍ଭ କରିବାରୁ ସ୍କୁଲର ପ୍ରଧାନଶିକ୍ଷକ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ତାହା ସମ୍ଭବ ନହେବାରୁ ତୁରନ୍ତ ପ୍ରଧାନ ଶିକ୍ଷକ ଜଣକ ନିଜେ ଓ ଅନ୍ୟ ଜଣଙ୍କ ସହାୟତାରେ ପ୍ରଥମେ ସ୍କୁଟିରେ ପରେ ବଡପଳସା ଗ୍ରାମରୁ ଏକ ଅଟୋ ଯୋଗେ ତିନି ଅସୁସ୍ଥ ଛାତ୍ରୀଙ୍କୁ ପ୍ରଥମେ ଵହଳଦା ଡାକ୍ତରଖାନା ପହଞ୍ଚାଇ ଥିଲେ ।ଏନେଇ ସ୍କୁଲ ପକ୍ଷରୁ ପିଲାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆ ଯାଇଥିଲା । ତେବେ ଵହଳଦା ସିଏଚସି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ପରେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଯାଇଛି । ଏବେ ସେମାନେ ବିପଦମୁକ୍ତ ବୋଲି ଖବର ମିଳିଛି ।
ଖବର ପାଇ ଵହଳଦା ଡାକ୍ତରଖାନାକୁ ଵହଳଦା ଥାନା ଆଇଆଇସି,ତିରି° ଥାନା ଆଇଆଇସି ଓ ବହଳଦା ବିଇଓ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ସମଗ୍ର ଵହଳଦା ଓ ତିରି° ଥାନା ଇଲାକାରେ ଚର୍ଚ୍ଚାର ବିଷୟ ହେବା ସହ ଆଲୋଡନ ସୃଷ୍ଟି କରିଛି । ତେବେ ରିପୋର୍ଟ ଲେଖା ହେଲା ଯାଏଁ ଧଳା ସ୍କୁଟି ଚଢି ଆସିଥିବା ତିନି ଅଜଣା ଦୁର୍ବୃଙ୍କ ସମ୍ବନ୍ଧରେ କୈାଣସି ସୂଚନା ମିଳିପାରି ନାହିଁ । ଉଭୟ ଵହଳଦା ଥାନା ପୁଲିସ ଓ ତିରି° ଥାନା ପୁଲିସ ମିଳିତ ରୂପେ ଘଟଣାର ତଦନ୍ତ କରୁଛନ୍ତି ।