51 2 e1787061760248 300x185

ଘରେ ପଶିଲା ବନ୍ୟା ପାଣି, ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ରାଜ୍ୟ

ବାସୁଦେପୁର : ଚାଷ ଗଲା, ବାସ ବି ଗଲା। ୪ ଥର ବନ୍ୟା ପାଣି ଆସି ସବୁ ବୁଡାଇ ଦେଲା। ବାସହରା କଲାଣି ବହୁ ପରିବାରକୁ। ପାଣି ନିଷ୍କାସନ ପଥକୁ ଅବରୋଧ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଣି ନିଷ୍କାସନ ଦାବିରେ ସୁଦର୍ଶନପୁର ପଞ୍ଚାୟତ ମାଛ ହାଟ ଛକରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଗୋଟିଏ ଜିଦ ନିଷ୍କାସନ ପଥରୁ ଅବରୋଧ ନହଟିଲେ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ମାଛ ହାଟ ଛକରୁ ବାଘୁଆ ରାସ୍ତା ଉପରେ ପୂର୍ବରୁ ୨/୩ଟି କଲଭର୍ଟ ରହିଥିଲା। ରାସ୍ତାର ଉତ୍ତର ପାଖରେ ପାଣି ଏହି କଲଭଟ ଦେଇ ନିଷ୍କାସନ ହେଉଥିଲା। ଏହି କଲଭର୍ଟକୁ କେତେକ ବ୍ୟକ୍ତି ପୋତି ପକାଇଥିବାରୁ ପାଣି ନିଷ୍କାସନ ହୋଇପାରୁନି। ଫଳରେ ସୁଦର୍ଶନପୁର, ଇରମ, ଆର୍ତ୍ତୁଙ୍ଗ ପଞ୍ଚଯତର ବହୁ ଗାଁ ଜଳବନ୍ଦୀ ରହିଛି। କେତେକ ପରିବାର ମାଟି କାନ୍ଥ ପଡ଼ିଯାଇଛି। ସମସ୍ୟାକୁ ନେଇ ଗ୍ରମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତାରୋକ ପାଇଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି।