IMG 20260816 WA0063

ଏଆଇଟିୟୁସି ମୟୁରଭଞ୍ଜ ଜିଲ୍ଲା ସମ୍ମିଳନୀ

ରାଜ୍ୟ
  •  ବ୍ୟାପକ ଶ୍ରମିକ ଆନ୍ଦୋଲନ ପାଇଁ ଆହ୍ୱାନ
ବାରିପଦା :.ଅଖିଳ ଭାରତ ଟ୍ରେଡ୍ ୟୁନିଅନ,କଂଗ୍ରେସ (ଏଆଇଟିୟୁସି)ର ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ପାଲବଣି କମ୍ୟୁନିଟି ହଲ୍ ଠାରେ ପତାକା ଉତ୍ତୋଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ସାଥୀ କାହ୍ନୁଚରଣ ବେହେରା, ହୃଷୀକେଶ ସାହୁ ଓ ସୁଷମା ବାରିକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ। ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସାଥୀ ବିଜୟ ଜେନା ସମ୍ମିଳନୀକୁ ଉଦଘାଟନ କରି କହିଥିଲେ,୧୯୨୦ ମସିହାରୁ ପ୍ରତିଷ୍ଠିତ ଏଆଇଟିୟୁସି ବିଗତ ଦିନମାନଙ୍କରୁ ଆଜି ପର୍ଯ୍ୟନ୍ତ ସବୁବର୍ଗର ଶ୍ରମିକଙ୍କ ଅଧିକାର ଓ ସ୍ଵାର୍ଥକୁ ସୁରକ୍ଷା ଦେଇଆସିଛି। ବିଜେପି ସରକାର କ୍ଷମତା ଦଖଲ କଲାପରେ ଶ୍ରମିକ ବିରୋଧୀ ଶ୍ରମ ଆଇନ୍ ଜରିଆରେ ପୁଞ୍ଜିପତି ମାନଙ୍କର ଲାଭକୁ ବହୁଗୁଣିତ କରୁଥିବା ବେଳେ ଶ୍ରମିକ ଐକ୍ୟକୁ ସୁଦୃଢ କରିବା ଜରୁରୀ ସୋଇପଡ଼ିଛି। ସମ୍ମିଳନୀର ମୁଖ୍ୟ ଅତିଥି ଭାବେ ସିପିଆଇର ରାଜ୍ୟ ସମ୍ପାଦକ ସାଥୀ ଡ. ପ୍ରଶାନ୍ତ କୁମାର ମିଶ୍ର ବକ୍ତବ୍ୟରେ କହିଛନ୍ତି,ଦେଶର ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଥିବା ବେଳେ,ଭାରତରେ ଧନୀ ଦରିଦ୍ରର ତାରତମ୍ୟ ବଢ଼ି ବଢ଼ି ଚାଲିଛି।
ଶ୍ରମଜୀବୀ ମଣିଷ ବଞ୍ଚିବା କଷ୍ଟକର। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ଦଳ ଓ କଳ କର୍ପୋରେଟ୍ ହାଉସ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଜନଗଣକୁ ଶୋଷଣ କରୁଛନ୍ତି।ଲୋକେ ସମସ୍ୟା ଜର୍ଜରିତ ଥିଲେ ସୁଦ୍ଧା ସଠିକ୍ ସରକାରୀ ସେବା ଅପହଞ୍ଚ। ଶିକ୍ଷା ଠାରୁ କର୍ମନିଯୁକ୍ତି, ମହିଳା ସୁରକ୍ଷା ଠାରୁ ଆଇନଶୃଙ୍ଖଳା ପରିସ୍ଥିତି, କୃଷକ ଠାରୁ କୃଷି ଶ୍ରମିକଙ୍କ ସମସ୍ୟା,ଠିକା ଶ୍ରମିକ/ କର୍ମଚାରୀ ମାନଙ୍କ ବିଭିନ୍ନ ନ୍ୟାୟୋଚିତ ଦାବି ପ୍ରସଙ୍ଗରେ ସରକାର ନିଦାବିଷ୍ଣୁ ସାଜି ମିଥ୍ୟା ପ୍ରତିଶୃତିର ଫମ୍ପା ସ୍ଲୋଗାନ ଦେଇ ଲୋକଙ୍କ ସରକାର ବୋଲି ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ରିପୋର୍ଟ ଉପସ୍ଥାପନ କରିବା ପରେ ଓଡ଼ିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଏଣ୍ଡ କନଷ୍ଟକସନ ୟୁନିଅନରୁ ସଞ୍ଜୁ ମହାକୁଡ଼,ଘନଶ୍ୟାମ ମୁର୍ମୁ ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘ ପକ୍ଷରୁ ଜିଲ୍ଲା ସମ୍ପାଦିକା ମଧୁସ୍ମିତା ମହାନ୍ତ, ସୁମିତ୍ରା ନାଏକ,ନିଉ ମଡର୍ଣ୍ଣ ଟେକ୍ନୋ ପକ୍ଷରୁ ମୁକେଶ ମହାନ୍ତ, ବସନ୍ତ କୁମାର ନାଏକ,ବରୁଣ କୁମାର ବେହେରା ବିଜୁଳି କର୍ମଚାରୀ ସଂଘର ସଭାପତି ନୃସିଂହ ଚରଣ ପଣ୍ଡା,ଇପିଏଫ ପେନସନଧାରୀ ସଂଘ ପକ୍ଷରୁ ମଦନମୋହନ ଜେନା, ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଥିଲେ।
ସିପିଆଇ ଜିଲ୍ଲା ସହ ସମ୍ପାଦକ ପରମେଶ୍ୱର ମହାନ୍ତ ସମ୍ମିଳନୀ କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ରଖିଥିଲେ।ଶ୍ରମିକ ଶ୍ରେଣୀର ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ସମ୍ମିଳନୀ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କଲା,ନିଉ ମଡର୍ଣ୍ଣ ଟେକ୍ନୋ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ସହ ପ୍ରତି ମାସ ନିୟମିତ ଦରମା ଦେବା, ଶ୍ରମିକଙ୍କ କେଟେଗୋରି ନିର୍ଧାରଣ,ଇପିଏଫ ସ୍ଲିପ୍ ପ୍ରଦାନ, ନିର୍ମାଣ ଶ୍ରମିକଙ୍କ ତୁରନ୍ତ ପଞ୍ଜିକରଣ, ସବୁପ୍ରକାର ସହାୟତା ପ୍ରଦାନ,ସ୍କିମ୍ ୱର୍କର ଯଥା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା, ଅଙ୍ଗନବାଡି, ଆଶା ମାନଂକୁ ୱାର୍କର ମାନ୍ୟତା ଓ ସକଳ ବର୍ଗର ଶ୍ରମିକଙ୍କୁ ମାସିକ ୪୨ ହଜାର ଟଙ୍କା ମଜୁରୀ ପ୍ରଦାନ, ବିଦ୍ୟୁତ୍ ବୋର୍ଡରେ ଘରୋଇକରଣ ବନ୍ଦ, ସରକାରୀ ସଂସ୍ଥାରେ କାର୍ଯ୍ୟରତ ଠିକା ଏବଂ ଚୁକ୍ତିଭିତ୍ତିକ ଶ୍ରମିକ/କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି,ଇପିଏଫ ପେନସନଧାରୀକୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ, ପୁରୁଣା ପେନସନ ସ୍କିମ ଲାଗୁ କରିବା ଇତ୍ୟାଦି ଦାବୀ କୁ ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ଜିଲ୍ଲା ସମ୍ମିଳନୀରେ ଏଆଇଟିୟୁସି ଜିଲ୍ଲା ସଭାପତି ଭାବେ ସାଥୀ ଜଗବନ୍ଧୁ ମିଶ୍ର, କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ପଣ୍ଡା, ଉପସଭାପତି ହୃଷୀକେଶ ସାହୁ, ମଦନମୋହନ ଜେନା, ପୂର୍ଣ୍ଣିମା ପଣ୍ଡା, ସମ୍ପାଦକ ଭାବେ କାହ୍ନୁଚରଣ ବେହେରା,ସହ ସମ୍ପାଦକ – ମୁକେଶ ମହାନ୍ତ, ସଞ୍ଜୁ ମହାକୁଡ଼, ମଧୁସ୍ମିତା ମହାନ୍ତ, ମହେଶ୍ୱର ବେହେରା, କୋଷାଧ୍ୟକ୍ଷ ଭାବେ – ସୁବାସ ଚନ୍ଦ୍ର ମହାନ୍ତ ଙ୍କୁ ନିର୍ବାଚିତ କରିଥିବାବେଳେ କାର୍ଯ୍ୟକାରୀ କମିଟି ରେ ବସନ୍ତ ନାୟକ, ସୁଷମା ବାରିକ, ଗୋପାଳ ଚନ୍ଦ୍ର ଦାସ, ସୁମିତ୍ରା ନାଏକ ପ୍ରମୁଖ ସ୍ଥାନ ପାଇଛନ୍ତି।