Flood 6 e1785255837416 300x205

ଫୁଲୁଛି ଖଡଖାଇ ନଦୀ, ସିନ୍ଦୁରଗୌରୀ ସମେତ ୧୫ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ରାଜ୍ୟ
ବାରିପଦା : ରାଇରଙ୍ଗପୁର ସହରକୁ ଲାଗିଛି ସିନ୍ଦୁର ଗୌରୀ ଗ୍ରାମ । ଏହାର ଆଖ ପାଖରେ ଅନ୍ୟାନ୍ୟ ଗ୍ରାମ ଅଛି l ଏଠାରେ ରେଳଲାଇନ ତଳେ ଏଜ ଗୋଳାପୋଲ  ପାଇଁ ରାସ୍ତା ତିଆରି ହୋଇଛି ।କିନ୍ତୁ ବର୍ଷାଦିନେ କାମରେ ଲାଗୁନି ।ଏହି ରାସ୍ତା ଦେଇ ୧୫ ଟି ଗ୍ରାମରମଧୁବନ, କୁମୁଡାଶୋଳ, ଚିଲିକା ପୋଷି, ଶାମସୁନ୍ଦକପିଳାଶ, ମହିଷାନେଦାଗଢ, ପୁରୁଣା ଘାଟି, ମୟୂରର ପ୍ରଭୃତି ଅଞ୍ଚଳର ଗ୍ରାମବାସୀ ଏହି ରାସ୍ତାରେ ଚଳପ୍ରଚଳ କରିଥାନ୍ତି ।କିନ୍ତୁ ବର୍ଷାଦିନେ ଖଡଖାଇ ସମେତ ଉପନଦୀ ଗୁଡିକ ବୁଲିଯାଏ ।ଯାହାଫଳରେ ନଦୀରେ ପ୍ରବଳ ପାଣି ଆସିଲେ ଗଳାପୋଲରେ ପାଣି ଉଛୁଳି ଥାଏ ।
ଏବେ ଲଗାଣ ୪ ଦିନ‌ହେଲା ବର୍ଷା ଯୋଗୁଁ ନଦୀରେ ପାଣି ଭରପୁର ।ଗଳାପୋଲବାଟେ ଲୋକଙ୍କର ଯିବା ଆସିବା ଠପ୍ । ଚାକିରିଆ ଲୋକ,ସ୍କୁଲ କଲେଜ ଛାତ୍ରଛାତ୍ରୀ,ବେପାରୀ,ସାପୁଆ,ପ୍ରସୂତି ମହିଳା,ଆମ଼଼ବୁଲାନ୍ସ ଯିବା ଆସିବା କରିବା ପାଇଁ ନଦୀର ବନ୍ୟା ବାଧକ ସାଜୁଛି ।ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନି ।୧୫ ଗ୍ରାମବାସୀଙ୍କ ଦୁଃଖ ବୁଝିବେ କିଏ ? ଗୁହାରି ଶୁଣିବ କିଏ ? ଆଗକୁ ଯିବା ଆସିବା ପାଇଁ  ସ୍ଥାୟୀ ସମାଧାନ ନ କଲେ ଗ୍ରାମବାସୀ ରାସ୍ତାରୋକ କୁ ପାଥେୟ କରିବେ ବୋଲି ଗଣମାଧ୍ୟମ ମାଧ୍ୟମରେ ଚେତାବନି ଦେଇଛନ୍ତି !