BISWAADIVASI DIWAS PHOTO

ଭାରତମୁଣ୍ଡା ସମାଜ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ରାଜ୍ୟ

ବାରିପଦା : ଶାମାଖୁଂଟା ବ୍ଲକ ଅନ୍ତର୍ଗତ ବାଲିଡିହା ପଂଚାୟତର ବଡକୁଚିଆମାରା ଗ୍ରାମରେ ଆଜି ଭାରତ ମୁଣ୍ଡା ସମାଜ ଓ ଆଦିବାସୀ ମହାସଂଘ ଓଡିଶା ତରଫରୁ ବିଶ୍ୱଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସିଂହ ସଭାପତିତ୍ୱ କରି ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ ବିଶ୍ୱଆଦିବାସୀ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ କହିବା ସାଙ୍ଗକୁ ଆଦିବାସୀ ମାନଙ୍କର ଜମି, ଜଙ୍ଗଲ ଅଧିକାର ଉପରେ ଆସିଥିବା ଆକ୍ରମଣ , ବିସ୍ଥାପନ ନୀତି ତଥା ସଂରକ୍ଷଣ ବିରୋଧୀ ଷଡଯନ୍ତ୍ରକୁ ଘୋର ବିରୋଧ କରିଥିଲେ ।

ସଂଘର ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାଥ ସିଂହ ଉଲ୍ଲେଖ କରିଥିଲେ ଯେ ବିର୍ସାମୁଣ୍ଡାଙ୍କ ନେତୃତ୍ୟରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ଆଦିବାସୀ ମାରଣା ନୀତି ବିରୋଧରେ ଆଦିବାସୀ ମାନେ ସ୍ୱର ଉତୋଳନ କରିଥିଲେ ଓ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଝାସ ଦେଇଥିଲେ । କିନ୍ତୁ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ମୁଣ୍ଡା ଆଦିବାସୀଙ୍କର ସର୍ବପୁରାତନ ମୁଣ୍ଡାରୀ ଭାଷା ଓ ଆଦିବାସୀ ଧର୍ମକୁ ସରକାରୀ ସ୍ୱିକୃତିଦେଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲୋ ଶିକ୍ଷା ସ୍ୱାସ୍ଥ୍ୟ ଆର୍ଥିକ ଓ ସାମ୍ବିଧାନିକ କ୍ଷେତ୍ରରେ ମଧ୍ୟ ଆଦିବାସୀମାନଙ୍କର ଆଶାନୁରୁପ ପ୍ରଗତି ହୋଇନାହିଁ କି ଓଡିଶାରେ ପେସା ଆଇନ ୍ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ବୋଲି ସଂଘର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ , କୋଷାଧ୍ୟକ୍ଷ ବାଇଧର ସିଂ , ଯୁବକମିଟିର ଅଧ୍ୟକ୍ଷ ସବରନ ସିଂ ଓ ଓଡିଶା ମୁଣ୍ଡା ଛାତ୍ର ସଂଘର ସଭାପତି ମଙ୍ଗଲ ସିଂ ସରକାରଙ୍କ ଠାରେ ଦାବୀ କରିଥିଲେ । ସର୍ବଶେଷରେ ସଭାର ସଫଳତା ପାଇଁ ଶୁକଲାଲ ସିଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ