IMG 20260807 WA0214

ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜର ୪୪ ପ୍ରତିଯୋଗୀ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର  ରାଇରଙ୍ଗପୁର ଠାରେ ଆଜି ଶୁକ୍ରବାର ପାଖରୁ ଅନୁଷ୍ଠିତ ହୋଇଥିବା ୭୨ତମ ରାଜ୍ୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜର ୪୪ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି I
୧୪ ବର୍ଷରୁ କମ ବିଭାଗରେ ଦୁଲାରୀ ସୋରେନ, କମଳିନୀ ମାର୍ଣ୍ଡି, ସୀତା କିସ୍କୁ, ଜାସେନ ହେମ୍ବ୍ରମ, ଦେବ ତେଲେଙ୍ଗା, ଦେବାଶିଷ କୁଁଅର, ୧୬ ବର୍ଷରୁ କମ ବିଭାଗରେ ପାପାଲି ସିଂ, ସୁଚିତ୍ରା ସିଂ, ଫୁଲମଣୀ ସୋରେନ, ରୁପାଲୀ କିସ୍କୁ, ଫୁଲମଣୀ ହେମ୍ବ୍ରମ, ଶାନ୍ତିଲତା ହାଁସଦା, ହରିଶ ଚନ୍ଦ୍ର ହେସା, ସଂଜିତ ସିଂହ, ରାକେଶ ବେହେରା, ସୁକୁଲ ହେମ୍ବ୍ରମ, ରାଜ ରାଜେଶ୍ୱର ବେହେରା, ଆକାଶ କୁମାର ମହାନ୍ତ, ୧୮ ବର୍ଷରୁ କମ ବିଭାଗରେ ବିନ୍ଦି ସିଂ, ସୀତାମଣୀ ବାରି, ଦେବସ୍ମିତା ମାର୍ଣ୍ଡି, କନ୍ୟା କୁମାରୀ ପାଲ, ସୁନିତା ପିଙ୍ଗୁଆ, ଯମୁନା ମହାନ୍ତ, ବାଲହି ମୁର୍ମୁ, ଭୀମ ସିଂ, ବନମାଳୀ ସିଂ, ହରପ୍ରସାଦ ବେହେରା, ରାମ ହେମ୍ବ୍ରମ, ଭୀମ ନାଏକ, ଉମେଶ ଚନ୍ଦ୍ର ସିଂ, ରାମଦାସ ହାଁସଦା, ଗାଜ ଟୁଡୁ, ଧନଞ୍ଜୟ ସୋଇନ, ୨୦ ବର୍ଷରୁ କମ ବିଭାଗରେ ଜୟନ୍ତୀ ଗୁଇଆ, କଲ୍ୟାଣୀ ଟୁଡୁ, ପୁଷ୍ପାବତୀ କିସ୍କୁ, କ୍ରିଷ୍ଣା ମାଝୀ, ବିଶ୍ୱଜିତ ଦାସ, ଡାକ୍ତର ସୋରେନ, ପବିତ୍ର ପିଙ୍ଗୁଆ, ସୁରାଇ ମାର୍ଣ୍ଡି ସୁରେନ୍ଦ୍ର ଵାଦ୍ରା ଓ ଶ୍ଳୋକ ସାଇ ସ୍ଥାନ ପାଇଛନ୍ତି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I
ଦିଗେଶ୍ୱର ମହାନ୍ତ ମୁଖ୍ୟ ମ୍ୟାନେଜର, ତ୍ରିଲୋଚନ ମହାନ୍ତ ଓ ଦେବସ୍ମିତା ମହାନ୍ତ ସହକାରୀ ମ୍ୟାନେଜର ଏବଂ ଦଲନ ଚନ୍ଦ୍ର କୁଁଅରଦେଓ ଓ ନରେଶ ଚନ୍ଦ୍ର ହେମ୍ବ୍ରମ କୋଚ ଭାବେ ଦଳ ସହିତ ଗସ୍ତ କରିଛନ୍ତି I ଏସୋସିଏସନର କର୍ମକର୍ତ୍ତା ଓ ସଦସ୍ୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I